28.1 C
Bhubaneswar
Saturday, April 27, 2024
Homeଓଡିଶାଜଙ୍ଗଲି ବାଘ ଏବେ ଗାଁ’ମୁହାଁ

ଜଙ୍ଗଲି ବାଘ ଏବେ ଗାଁ’ମୁହାଁ

ତଗାପାଙ୍ଗା ଗ୍ରାମରେ ଖାଇଗଲା ଗାଈ

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ହେଲା ଅନେକ ସ୍ଥାନରେ ଜଳୁଛି ଜଙ୍ଗଲ । ଫଳରେ ଜଙ୍ଗଲି ଜନ୍ତୁମାନେ ଏବେ ଗାଁ ଓ ସହରାମୁହାଁ ହୋଇଥିବା ଦେଖିବାକୁ ମିଳିଛି । ତୁମୁଡିବନ୍ଧ ବ୍ଲକ ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଯୋଗୁଁ ଅଞ୍ଚଳବାସୀଙ୍କ ନିଦ ହଜିଯାଇଛି । ସନ୍ଧ୍ୟା ପରେ ଏବେ ଗାଁରେ ପଡ଼ିଯାଉଛି ତାଟି କବାଟ । ଗତ ୨୪ ତାରିଖ ରାତିରେ ତୁମୁଡ଼ିବନ୍ଧ ପଞ୍ଚାୟତ ତଗାପାଙ୍ଗା ଗ୍ରାମ ପାଖ ଜଙ୍ଗଲ, ଯାହା ବେଲଘର ବନାଞ୍ଚଳ ଅଧୀନରେ ଆସୁଛି ସେହି ଗ୍ରାମର ସୁରେଶ୍ୱର ମଲ୍ଲିକଙ୍କ ଏକ ବଳଦ ନିଖୋଜ ଥିବାରୁ ପରଦିନ ସକାଳେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିବାବେଳେ ବଳଦଟି କ୍ଷତବିକ୍ଷତ ହୋଇ ଜଙ୍ଗଲ ଭିତରେ ମରି ପଡିଥିବା ଦେଖିବାକୁ ପାଇଥିଲେ । ବଳଦର ବେକରେ ବାଘ ପଞ୍ଝା ଥିବା କ୍ଷତ ଚିହ୍ନ ଏବଂ ବଳଦର ପଛ ଭାଗ ନଥିବା ଦେଖି ବାଘ ଖାଇଥିବା ସନ୍ଦେହ କରି ବେଲଘର ବନାଞ୍ଚଳ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ସୁରେଶ୍ୱର । ବେଲଘର ବନାଞ୍ଚଳର ଗୁମା ସେକସନ୍ ଦାୟିତ୍ୱରେ ଥିବା ବନପାଳ ସନ୍ତୋଷ ସେନାପତି ଓ ତୁମୁଡ଼ିବନ୍ଧ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ମାନସ ରଞ୍ଜନ ନାୟକ ଘଟଣା ସ୍ଥଳକୁ ଯାଇ ବଳଦର ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଥିଲେ । ପାରିପାଶ୍ୱିର୍କ ପରିସ୍ଥିତି ଅନୁଧ୍ୟାନ ପରେ କଲରା ପତରିଆ ବାଘ ବଳଦକୁ ଶିକାର କରିଥିବା ପ୍ରକାଶ କରିଛନ୍ତି ଉଭୟ ପ୍ରାଣୀ ଚିକିତ୍ସକ ଏବଂ ବନପାଳ । ଗାଁ ପାଖ ଜଙ୍ଗଲରେ ବାଘ ବୁଲୁଥିବାରୁ ତଗାପାଙ୍ଗା, କାକୁଲାଙ୍ଗା, ଭାଲିଆପାଣି, ବଣ୍ଡାଙ୍ଗ୍‌ପଡା, କିଲୁପଡି ଆଦି ଗ୍ରାମେର ଆତଙ୍କ ଖେଳିଯାଇଛି । ଗାଈ, ବଳଦ, ଛେଳି, ମଇଁଷି ଇତ୍ୟାଦି ଗୃହପାଳିତ ପଶୁ ଚରାଇବା ନିମନ୍ତେ ଜଙ୍ଗଲକୁ ନେବାକୁ ଭୟଭିତ ହୋଇପଡ଼ିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking