27.8 C
Bhubaneswar
Wednesday, April 17, 2024
Homeଓଡିଶାସିଂପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୫ ଗିରଫ

ସିଂପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୫ ଗିରଫ

କେନ୍ଦୁଝର ‌: ଜମିବାଡି ବିବାଦ ଓ ସାମାଜିକ ବାସନ୍ଦକୁ ନେଇ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ସିଂପୁରଠାରେ ଗୋଷ୍ଠୀ ସଂଘର୍ଷ ଘଟି ନୟାକୋଟ ଥାନା ଗାଡ଼ି ଓ ୫ ବାଇକ୍ ଭଙ୍ଗାରୁଜା ହୋଇଥିବାବେଳେ ଜଣେ ପୁଲିସ କର୍ମଚାରୀଙ୍କ ସମେତ ୫ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନୟାକୋଟ ପୁଲିସ୍ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ସିଂପୁର ଗ୍ରାମର ହରିହର ଘଣା ଏବଂ ଅନ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଜମିକୁ ନେଇ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଗ୍ରାମବାସୀମାନେ ହରିହର ଘଣାଙ୍କ ପରିବାରକୁ ଏକ ପ୍ରକାର ବାସନ୍ଦ କରି ରଖିଥିଲେ । ଏହି କିଛିଦିନ ତଳେ ହରିହର ଘଣାଙ୍କ ପରିବାରର ଏକ ବାହାଘର ପ୍ରୋସେସନ୍‌କୁ ମଧ୍ୟ ଗ୍ରାମବାସୀମାନେ ବାରଣ କରିଥିଲେ । ଏଭଳି ପରିସ୍ଥିତିରେ ହରିହରଙ୍କ ଭଣଜା ଗୁରୁବାର ସିଂପୁରକୁ ଏକ ବୋଲେରୋରେ ଆସିଥିବାବେଳେ ଗାଁ ଲୋକଙ୍କ ସହ କୌଣସି କାରଣରୁ ଯୁକ୍ତିତର୍କ ହୋଇ ବୋଲେରୋ ଗାଡ଼ି ଚକରୁ ପମ୍ପ ଛାଡି ଦେଇଥିଲେ ।

ଏହାକୁ ନେଇ ହରିହରଙ୍କ ଭଣଜା ବିଜୟ ମହାକୁଡ଼ ନୟାକୋଟ ଥାନାରେ ଏକ ଏତଲା ଦେଇଥିଲେ । ଏହି ଘଟଣା ପରେ ଗାଁରେ ଏକ ବୈଠକ ବସିଥିଲା ଏବଂ ଏତିକିବେଳେ ନୟାକୋଟ ଥାନା ଏଏସ୍‌ଆଇ ଇନ୍ଦ୍ରମଣୀ ଶତପଥି ମଧ୍ୟ ସେଠାରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ କଥାର ସମାଧାନ ହେବା ବଦଳରେ ବଚସା ବଢିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ହରିହର ଘଣାଙ୍କ ପରିବାର ତରଫରୁ ନରେନ୍ଦ୍ର ଘଣା ଏବଂ ମୁରଲୀ ଘଣା ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଜାଲି ଚଟୁ ଏବଂ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ହରିହର ଘଣାଙ୍କ ପରିବାରକୁ ସମର୍ଥନ କରୁଥିବା ଅଭିଯୋଗ କରି ଲୋକମାନେ ପୁଲିସ ଗାଡି ଉପରକୁ ଢେଲା ପଥର ମାଡ କରିବାରୁ ଥାନା ବୋଲେରୋ ଗାଡିର କାଚ ଭାଙ୍ଗିଥିବା ଜଣାପଡିଛି ।

ସେଠାରେ ଥିବା ଉଭୟ ପକ୍ଷରୁ ୫ଟି ବାଇକ୍ ମଧ୍ୟ ଭଙ୍ଗାରୁଜା ହୋଇଥିବା ଜଣାପଡିଛି । ଖବରପାଇ ନୟାକୋଟ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଘଟଣାସ୍ଥଳକୁ ପୁଲିସ ଫୋର୍ସ ଏବଂ କାଞ୍ଜିପାଣି ଥାନା ଅଧିକାରୀ,ବାଂଶପାଳ ଫାଣ୍ଡି ଅଧିକାରୀ,ଶୁଆକାଟୀ ଫାଣ୍ଡି ଅଧିକାରୀ ମଧ୍ୟ ପହଞ୍ଚିଥିଲେ । ତେବେ ଘଟଣାକୁ ନେଇ ନୟାକୋଟ ଥାନାରେ ତିନୋଟି ମାମଲା ରୁଜୁ ହୋଇଛି । ନରେନ୍ଦ୍ର ଘଣା ଓ ମୁରଲୀ ଘଣାଙ୍କ ତରଫରୁ ହୋଇଥିବା ଏତଲା ଅନୁସାରେ ନୟାକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ବୋଲେରୋ ପମ୍ପ ଛାଡ଼ିବା ଏବଂ ମାରଧର କରିବା ଅଭିଯୋଗକୁ ନେଇ ମାମଲା ରୁଜୁ ହୋଇଛି । ମାଘୁ ଘଣା,ହରିହର ଘଣା,ଟିକେଶ୍ୱର ଘଣା,ଜଗବନ୍ଧୁ ଘଣା ଓ ଚତୁର୍ଭୁଜ ଘଣାଙ୍କୁ ନୟାକୋଟ ପୁଲିସ୍ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking