28.1 C
Bhubaneswar
Saturday, April 27, 2024
Homeଓଡିଶାଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା : ଜ୍ୱାଇଁ ମୃତ,ଶାଶୁ ଗୁରୁତର

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା : ଜ୍ୱାଇଁ ମୃତ,ଶାଶୁ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଂଚଳରେ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନ ପୁର ଛକରେ ଗୁରୁବାର ମଧ୍ୟାହ୍ନ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଶାଶୁ ଗୁରୁତର ହୋଇଛନ୍ତି । ଯାହାକୁ ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଛି । ମୃତକ ହେଲେ ତେଲକୋଇ ଥାନା ଅଂଚଳର କାଟେଣି ଗ୍ରାମର ବିକ୍ରମ ଦେହୁରୀ (୪୨) । ଗୁରୁତର ମହିଳା ହେଲେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଜଙ୍କପାଣି ଗ୍ରାମର ମଲ୍ଲି ଦଣ୍ଡପାର୍ଟ (୬୦) ।

ବିକ୍ରମ ଓ ତାଙ୍କ ଶାଶୁ ମଲ୍ଲି ଏକ ମୋଟର ସାଇକେଲ ଯୋଗେ ଶ୍ୱଶୁର ଘର ଜଙ୍କପାଣି ଗ୍ରାମରୁ କାଟେଣି ସ୍ଥିତ ଘରକୁ ଯାଉଥିଲେ । ଜଗମୋହନ ପୁର ଛକରେ ସରୁଆଳି ଗ୍ରାମ ପଟୁ ୪୯ ନମ୍ବର ଜାତୀୟ ରାଜପଥ କୁ ଆସୁଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଟ୍ରକ୍ ଟି ମୋଟର ସାଇକେଲ ଟିକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇ ଥିଲା । ଘଟଣା ସ୍ଥଳରେ ବାଇକ୍ ଆରୋହୀ ବିକ୍ରମଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା ଏବଂ ମହିଳା ଜଣଙ୍କ ରାସ୍ତା କଡକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । ଅନ୍ୟପଟେ ତେଲକୋଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking