33.1 C
Bhubaneswar
Saturday, April 27, 2024
Homeଓଡିଶାବର୍ଷିଆନ ମାର୍କ୍ସବାଦୀ ନେତା ଶିବାଜୀ ପଟ୍ଟନାୟକଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ବର୍ଷିଆନ ମାର୍କ୍ସବାଦୀ ନେତା ଶିବାଜୀ ପଟ୍ଟନାୟକଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ବର୍ଷିଆନ୍ କମ୍ୟୁନିଷ୍ଟ ନେତା, ଓଡିଶାରେ ସି.ପି.ଆଇ.(ଏମ୍‌)ର ଭଗିରଥ, ମାର୍କ୍ସବାଦୀ ଦାର୍ଶନିକ ଓ ତତ୍ୱବିତ୍ ଶ୍ରୀ ଶିବାଜୀ
ପଟ୍ଟନାୟକଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଶ୍ରୀ ପଟ୍ଟନାୟକଙ୍କ ଜୀବନ ଥିଲା ସଂଘର୍ଷପୂର୍ଣ୍ଣ । ଛାତ୍ର ଅବସ୍ଥାରେ ଛାତ୍ର
ଫେଡେରେସନ୍‌ରେ ଯୋଗ ଦେଇ ଟ୍ୟୁସନ୍ ଫିସ୍ ବୃଦ୍ଧି ବିରୋଧୀ ଆନ୍ଦୋଳନ ଏବଂ ରାଜ୍ୟ ପୁନର୍ଗଠନ ଆନ୍ଦୋଳନରେ ଯୋଗଦେଇ
ନିଜର ସାଂଗଠନିକ ପାରଦର୍ଶିତା ପ୍ରମାଣିତ କରିଥିଲେ । ପରେ ମାତ୍ର ୧୭ ବର୍ଷ ବୟସରେ ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟତା
ଲାଭ କରିଥିଲେ । ଏଥିସହ କୃଷକ ଆନ୍ଦୋଳନ ଓ ପ୍ରଜା ଆନ୍ଦୋଳନ ମଧ୍ୟ ଦେଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।
ପରେ ସେ ଓଡିଶାରେ ଶ୍ରମିକମାନଙ୍କୁ ସଂଗଠିତ କରିବା ପାଇଁ ବିଭିନ୍ନ ସ୍ଥାନରେ ସଂଗଠନମାନ ଗଠନ କରିଥିଲେ । ଦେଶର ଅନ୍ୟତମ
ଶକ୍ତିଶାଳୀ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ “ସି.ଆଇ.ଟି.ୟୁ” ର ସେ ଥିଲେ ପ୍ରଥମ ସଭାପତି ଏବଂ ପାଖାପାଖି ଦେଢ ଦଶନ୍ଧି ଧରି ଏହି
ପଦବୀରେ ରହିଥିଲେ । ୧୯୬୪ ମସିହାରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଗଠନ ପରେ ଓଡିଶାରେ ଏହାର ପ୍ରସାର ପାଇଁ
କାର୍ଯ୍ୟ କରିଥିଲେ । ୧୯୭୨ରୁ ୧୯୯୦ ମସିହା ପର୍ଯ୍ୟନ୍ତ ରାଜ୍ୟ କମିଟିର ସମ୍ପାଦକ, ୧୯୭୮ ରୁ ୧୯୮୯ ପର୍ଯ୍ୟନ୍ତ କେନ୍ଦ୍ର କମିଟିର
ସଦସ୍ୟ ରହିଥିଲେ । ଜଣେ ଲୋକପ୍ରିୟ ନେତା ଭାବେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ୩ ଥର ଲୋକସଭାକୁ ନିର୍ବାଚିତ ହୋଇ
ଶ୍ରମଜିବୀ ଜନଗଣ ବିଶେଷ କରି ଓଡିଶାର ସ୍ୱାର୍ଥ ସମ୍ବଳିତ ସମସ୍ୟା ଗୁଡିକୁ ତୋଳି ଧରିଥିଲେ । ମାର୍କ୍ସବାଦୀ ସାହିତ୍ୟ ଉପରେ ତାଙ୍କର
ଅଗାଧ ଜ୍ଞାନ ଥିଲା । ପାର୍ଟିର ମୁଖପତ୍ର ‘ସାମ୍ୟବାଦୀ’ ର ସମ୍ପାଦକ ଦାୟିତ୍ୱ ଅତ୍ୟନ୍ତ ଦକ୍ଷତାର ସହ ତୁଲାଇଥିଲେ । ନିୟମିତ ତାଙ୍କର
ଲେଖନୀରୁ ଉପାଦେୟ ଲେଖାମାନ ପ୍ରକାଶ ପାଉଥିଲା । ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ବେଳେ ବିପନ୍ନ
ଲୋକଙ୍କ ପାଖରେ ପହଞ୍ôଚ ସେମାନଙ୍କ ଅଭାବ ଅସୁବିଧା ଦୂର କରିବାକୁ ଚେଷ୍ଟା କରୁଥିଲେ ।
ଏହିଭଳି ଜଣେ ବର୍ଷିଆନ ଜନନାୟକଙ୍କ ଦେହାବସାନ ଓଡିଶା ପାଇଁ ଏକ ଗଭୀର ଶୂନ୍ୟସ୍ଥାନ ପୂରଣ କଲା । ସେ ଥିଲେ
ଅଜାତ ଶତ୍ରୁ । ତାହା ହିଁ ପ୍ରମାଣିତ ହେଲା ତାଙ୍କର ମର ଶରୀର ଆଜି ପାର୍ଟିର ରାଜ୍ୟ ଦପ୍ତରରେ ପହଞ୍ôଚବା ପରେ । ରାଜନୈତିକମତ
ଭିନ୍ନତା ସତ୍ୱେ ସମସ୍ତ ଦଳର ନେତୃବୃନ୍ଦ ତାଙ୍କର ଶେଷ ଦର୍ଶନ ପାଇଁ ଆଜି ଅର୍ଥାତ୍ ମଇ ୨୪ ତାରିଖରେ ସି.ପି.ଆଇ.(ଏମ୍‌) ରାଜ୍ୟ
ଦପ୍ତରରେ ପହଞ୍ôଚଥିଲେ । ଦଳ ମତ ନିର୍ବିଶେଷରେ ରାଜ୍ୟର ତୁଙ୍ଗ ରାଜନୈତିକ ନେତୃବୃନ୍ଦ ଏବଂ ବୁଦ୍ଧିଜିବୀ ବର୍ଗ ଶିବାଜୀ ବାବୁଙ୍କ
ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ । ନିଜର ଜୀବଦଶା ମଧ୍ୟରେ ଜନଗଣଙ୍କର ସେବାରେ ନିୟୋଜିତ ରହିବା ପରେ ଡାକ୍ତରୀ
ଛାତ୍ରଙ୍କ ଶିକ୍ଷା ଓ ଗବେଷଣା ପାଇଁ ତାଙ୍କର ପାର୍ଥୀବ ଶରୀରକୁ ତାଙ୍କ ଇଛାକୁ ସମ୍ନାନ ଦେଇ ଦାନ କରାଯାଇଥିଲା ଏ.ଆଇ.ଆଇ.ଏମ୍‌.ଏସ୍‌.
ଭୁବନେଶ୍ୱର ପ୍ରତିଷ୍ଠାନକୁ ।
ସିପିଆଇ(ଏମ୍‌) ରାଜ୍ୟ ପରିସର ମଧ୍ୟରେ ଗତକାଲି ଅନୁଷ୍ଠିତ ଏହି ଶ୍ରଦ୍ଧା ନିବେଦନ କାର୍ଯ୍ୟକ୍ରମରେ ସିପିଆଇ(ଏମ୍‌)
ପଲିଟ୍‌ବ୍ୟୁରୋ ସଦସ୍ୟ ସୂର୍ଯ୍ୟକାନ୍ତ ମିଶ୍ର, ସିପିଆଇ.(ଏମ୍‌) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ(ଏମ୍‌) ପ୍ରାକ୍ତନ
ରାଜ୍ୟ ସମ୍ପାଦକ ଜନାର୍ଦ୍ଦନ ପତି, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସିପିଆଇ ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଦିବାକର
ନାୟକ, କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପ୍ରାକ୍ତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜୁ ଜନତା ଦଳର
ରାଜ୍ୟ ନେତା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ୍‌-ଏଲ୍‌) ଲିବରେସନ୍ ରାଜ୍ୟର ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ
ବ୍ଳକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ, ସିପିଆଇ(ଏମ୍‌-ଏଲ୍‌) ରାଜ୍ୟନେତା ଶ୍ରୀକାନ୍ତ ମହାନ୍ତି, ଆମ ଆଦମି ପାର୍ଟି ରାଜ୍ୟ
ଆବାହକ ନିଶିକାନ୍ତ ମହାପାତ୍ର, ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ରାଧାକାନ୍ତ ସେଠୀ, ଏସ.ୟୁ.ସି.ଆଇ.
କମ୍ୟୁନିଷ୍ଟ ନେତ୍ରୀ ସ୍ୱୟଂ ପ୍ରଭା କର, ଭୁବନେଶ୍ୱର ଉତ୍ତର ବିଧାୟକ ଶୁଶାନ୍ତ ରାଉତ, କୃଷକ ନେତା ଲିଙ୍ଗରାଜ, ପରିବେଶ ବିତ୍ ପ୍ରଫୁଲ୍ଲ
ସାମନ୍ତରା ସମେତ ବହୁ ରାଜନେତା, ବୁଦ୍ଧିଜିବୀ ଏବଂ ସଂଗ୍ରାମୀ ଜନସାଧାରଣ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking