33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକଣ୍ଟେନର-କାର ଧକ୍କା: ଚାଲିଗଲା ୪ ଜୀବନ

କଣ୍ଟେନର-କାର ଧକ୍କା: ଚାଲିଗଲା ୪ ଜୀବନ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସଫଦରଗଞ୍ଜ ଥାନା ଅର୍ନ୍ତଗତ ପହ୍ଲରୀ ଗାଁ ନିକଟରେ ଲଖନଉ-ଅଯୋଧ୍ୟା ହାଇୱେରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅଯୋଧ୍ୟା ପଟରୁ ଏକ କାରରେ ଯାତ୍ରୀ ଆସୁଥିବା ସମୟରେ ଚାଳକର ଆଖି ଲାଗି ଯିବାରୁ ଡିଭାଇଡର ପାର ହୋଇ ଭୁଲ ପାଶ୍ୱର୍କୁ କାରଟି ପଳାଇ ଆସିଥିଲା ।

ଏହି ସମୟରେ ଲକ୍ଷ୍ନୌ ପଟରୁ ଦ୍ରୁତ ଗତିରେ ଆସୁଥିବା କଣ୍ଟେନର କାରଟିକୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନେ ଲକ୍ଷ୍ନୌ ଠାକୁରଗଞ୍ଜ ନିବାସୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଧକ୍କା ପରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରତ ହୋଇଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଅନେକ ସମୟ ଚେଷ୍ଟା କରିବା ପରେ ଗାଡି କଟାଯାଇ ମୃତଦେହ ଉଦ୍ଧାର କରିଥିଲେ । ଦୁର୍ଘଟଣା ପରେ କଣ୍ଟେନର ଚାଳକ ଫେରାର ହୋଇଛ ଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking