32.1 C
Bhubaneswar
Friday, April 26, 2024
Homeଓଡିଶାସିଏଏ ବିରୋଧୀ ହିଂସା : ଓଡ଼ିଶା ସମେତ ୪ ରାଜ୍ୟକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ସିଏଏ ବିରୋଧୀ ହିଂସା : ଓଡ଼ିଶା ସମେତ ୪ ରାଜ୍ୟକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ଵର : ନାଗରିକତା ସଂଶୋଧନ ଆଇନକୁ ନେଇ ବିଭିନ୍ନ ରାଜ୍ୟର ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କାରଣରୁ ଓଡ଼ିଶାରୁ ଏବଂ ଓଡ଼ିଶା ଦେଇ ଯିବାକୁ ଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଦକ୍ଷିଣ-ପୂର୍ବାଞ୍ଚଳ ରେଳପଥର କେତେକ ଷ୍ଟେସନରେ ବିକ୍ଷୋଭ ଯୋଗୁ ଟ୍ରେନ ଚଳାଚଳ ବ୍ୟାହତ ହୋଇଛନ୍ତି। ବିଶେଷକରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି।
ସୂଚନା ଅନୁଯାୟୀ, ରବିବାର ପୁରୀରୁ ଚାଲିବାକୁ ଥିବା ପୁରୀ-ଚେନ୍ନାଇ ଏକ୍ସପ୍ରେସ(୨୨୮୫୯)କୁ ବାତିଲ କରାଯାଇଛି। ସୋମବାର(ଡିସେମ୍ବର ୧୬) ହାଓଡ଼ାରୁ ଶିଲାଦ-ପୁରୀ ଏକ୍ସପ୍ରେସ(୨୨୨୦୧) ଚଳାଚଳକୁ ବାତିଲ କରାଯାଇଛି। ସେହିପରି ପୁରୀରୁ ଯିବାକୁ ଥିବା ପୁରୀ-ସନ୍ତ୍ରଗଚ୍ଛି ପାସେଞ୍ଜର ଟ୍ରେନ(୫୮୦୦୨), ପୁରୀ-ଖୋର୍ଦ୍ଧା ପାସେଞ୍ଜର(୫୮୪୦୪)କୁ ବାତିଲ କରିଦିଆଯାଇଛି। ଏହାବ୍ୟତୀତ ରବିବାର ତିରୁପତି-ହାଓଡ଼ା ଏକ୍ସପ୍ରେସ(୨୦୮୯୦) ତିରୁପତିରୁ, ଦୀଘା-ପୁରୀ ଏକ୍ସପ୍ରେସ(୨୨୮୮୯) ଦୀଘାରୁ, ହାଇଦ୍ରାବାଦ-ହାଓଡ଼ା ଏକ୍ସପ୍ରେସ(୧୮୬୪୬) ହାଇଦ୍ରାବାଦରୁ, ଚେନ୍ନାଇ-ହାଓଡ଼ା କରମଣ୍ଡଲ ଏକ୍ସପ୍ରେସ(୧୨୮୪୨) ଚେନ୍ନାଇରୁ, ଭାସ୍କୋଡାଗାମା-ହାଓଡ଼ା ଅମରାବତୀ ଏକ୍ସପ୍ରେସ(୧୮୦୪୮) ଭାସ୍କୋଡାଗାମାରୁ ବାତିଲ ହୋଇଛି ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking