29.1 C
Bhubaneswar
Friday, April 26, 2024
Homeଏକ୍ସକ୍ଲୁସିଭ୍ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହିସବୁ କାମ

ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହିସବୁ କାମ

ଭୁବନେଶ୍ୱର : ଘରେ ସୁଖ ସମୃଦ୍ଧି ବିରାଜମାନ କରୁ ଏହା ସମସ୍ତେ ଚାହାଁନ୍ତି । କିନ୍ତୁ ଏମିତି କିଛି ଛୋଟ ଛୋଟ ଜିନିଷ ରହିଛି ଯାହାକି ଘରେ ବାସ୍ତୁ ଦୋଷ ଉତ୍ପନ୍ନ କରିବା ସହିତ ବିଭିନ୍ନ ଅସୁବିଧା ସୃଷ୍ଟି କରିଥାଏ । ଏଥିମଧ୍ୟରୁ କିଛି କାମ ରହିଛି ସୂର୍ଯ୍ୟାସ୍ତ ପରେ କରିବା ଫଳରେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ କରିଥାଏ । ଦେବେ ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ ସବୁ କାମ କରିବା ଉଚିତ ନୁହେଁ ସେ ବିଷୟରେ ଜାଣିବା ।

ଝାଡ଼ୁ ମାରିବା

 
ସନ୍ଧ୍ୟା ପୂର୍ବରୁ ଘରକୁ ଝାଡ଼ୁ କରି ଦିଅନ୍ତୁ । ସୂର୍ଯ୍ୟାସ୍ତ ପରେ ଘରେ ଝାଡ଼ୁ କରିବା ଉଚିତ ନୁହେଁ । ଏହା ଘରେ ନକାରାତ୍ମକ ପ୍ରଭାବ ସୃଷ୍ଟି କରିଥାଏ ।
 

 ଘର ସଫା

 
ଦିନରେ ଘରକୁ ପୋଛି ସଫା କରନ୍ତୁ । ରାତିରେ ଏହି କାମ ଆଦୌ କରନ୍ତୁ ନାହିଁ । ମଙ୍ଗଳବାରକୁ ଛାଡ଼ି ଘରେ ଶୁକ୍ରବାର ପାଣିରେ ଲୁଣ ପକାଇ ଘରେ ପୋଛିବା ଦ୍ୱାରା ଘରେ ସକରାତ୍ମକ ଭାବ ଉତ୍ପନ୍ନ ହୋଇଥାଏ ।

 ନଖ କାଟିବା

ସୂର୍ଯ୍ୟାସ୍ତ ପରେ କେବେ ବି ନଖ କାଟନ୍ତୁ ନାହିଁ । ଏହା ଶୁଭ ନୁହେଁ । ଏପରି କରିବାରେ ଲକ୍ଷ୍ମୀ କୋପ କରିଥା’ନ୍ତି ।

 କେଶ କୁଣ୍ଡାଇବା

ସୂର୍ଯ୍ୟାସ୍ତ ପରେ କେବେ ବି କେଶ କୁଣ୍ଡାଇବା ଉଚିତ ନୁହେଁ ।

 ଘରେ ଅଳିଆ ଫିଙ୍ଗିବା

ସୂର୍ଯ୍ୟାସ୍ତ ପରେ ଘରର ଅଳିଆ ବାହାରେ ପକାଇବା ଉଚିତ ନୁହେଁ । ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking