35.1 C
Bhubaneswar
Tuesday, April 23, 2024
Homeଓଡିଶାପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ଭିତରକନିକା

ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ଭିତରକନିକା

୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ଭିତରକନିକା ବେଶ ପରିଚିତ । ଏବେ ଚାଲିଛି ପିକ୍‌ନିକ୍ ଋତୁ। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଉଦ୍ୟାନ, ଯାହାର ନୈସର୍ଗିକ ଶୋଭା ଏବଂ ପ୍ରାକୃତିକ ସୌନ୍ଦର‌୍ୟ୍ୟ ପର‌୍ୟ୍ୟଟକଙ୍କୁ ବିମୋହିତ କରିଥାଏ। ହେନ୍ତାଳବଣ, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଭିତରକନିକାରେ ପର‌୍ୟ୍ୟଟକଙ୍କ ଭିଡ଼ । ତେବେ ଜେଠୀରେ ବୟସ୍କ ଲୋକ ଚଢ଼ିବା ଓହ୍ଲେଇବା ପାଇଁ ଅସୁବିଧା ହେଉଥିବା ବେଳେ କଟେଜ ବୁକିଂ ଓ ଖାଦ୍ୟ ପାନୀୟ ଆଦି ମିଳିବାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି ।
ତଥାପି ଭିତରକନିକା ଜାତୀୟ ଉଦ୍ୟାନରେ ପର‌୍ୟ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରାକୃତିକ ସୌନ୍ଦର‌୍ୟ୍ୟ ସହ ବୋଟିଂର ମଜା ନେଉଛନ୍ତି ପର‌୍ୟ୍ୟଟକ । ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସୋଲାର ଗାଡିର ବ୍ୟବସ୍ଥା କରାଯାଇଛି । ବିଶ୍ରାମାଗାର, ଅତ୍ୟାଧୁନିକ ଶୌଚାଳୟ ଓ ରହିବା ପାଇଁ ସ୍ୱତନ୍ତ୍ର କଟେଜର ମଧ୍ୟ ବ୍ୟବସ୍ଥା ଅଛି। ଦେଶୀ ବିଦେଶୀ ପକ୍ଷୀଙ୍କ ସହ ଗୋରୀ କୁମ୍ଭୀର, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖି ଆନନ୍ଦିତ ହେଉଛନ୍ତି ପର‌୍ୟ୍ୟଟକ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ ବୋତଲ ବ୍ୟାନ କରାଯାଇଛି।
ଭିତରକନିକା ଯିବାକୁ ୩ଟି ପ୍ରବେଶ ପଥ ରହିଛି । ଗୁପ୍ତି, ଖୋଳା ଓ ଡାଙ୍ଗମାଳ ବାଟ ଦେଇ ପର‌୍ୟ୍ୟଟକ ଯାଇପାରିବେ । ଏହା ପରେ ବି ଚାନ୍ଦବାଲିରୁ ଜଳପଥ ଦେଇ ଭିତରକନିକାକୁ ଯାଇହେବ। ଭିତରକନିକା ଅଂଚଳ ନଦୀନାଳ ଘେରା ହୋଇଥିବାରୁ ବୋଟ ଯୋଗେ ଯାତ୍ରା କରିବାର ନିଆରା ଅନୁଭୂତି ରହିଛି। ୧୯୭୫ ମସିହାରୁ ଅଭୟ୍ୟାରଣ୍ୟ ଓ ୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ଭିତରକନିକାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାର ହାତ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking