32.1 C
Bhubaneswar
Friday, April 26, 2024
Homeଓଡିଶାହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା : ଚାଲିଗଲା ୩ ଜୀବନ

ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା : ଚାଲିଗଲା ୩ ଜୀବନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଲେଭଲ୍‌ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ଜିଆର୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ୩ ଜଣଙ୍କୁ ବିଶାଖାପାଟନମ୍‌-ଟାଟାନଗର ଏକ୍ସପ୍ରେସ୍‌ ଧକ୍କା ଦେଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ହଳଦିଆପଦର ଲେଭଲ୍‌ କ୍ରସିଂ ଦେଇ ବିଶାଖାପାଟନମ୍‌-ଟାଟାନଗର ଏକ୍ସପ୍ରେସ୍‌ ଅତିକ୍ରମ କରୁଥିଲା। ଏହି ସମୟରେ ଶ୍ରମିକ ଶ୍ରେଣୀର କିଛି ଲୋକ ରେଳ ଧାରଣା କଡ଼େ କଡ଼େ ଚାଲି ଯାଉଥିଲେ ଓ ଲେଭଲ୍‌ କ୍ରସିଂ ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking