29.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକାବୁଲ ଏୟାରପୋର୍ଟ ନିକଟରେ ପୁଣି ଏୟାରଷ୍ଟ୍ରାଇକ୍

କାବୁଲ ଏୟାରପୋର୍ଟ ନିକଟରେ ପୁଣି ଏୟାରଷ୍ଟ୍ରାଇକ୍

କାବୁଲ : ଆଫଗାନିସ୍ତାନରେ ପୁଣି ଏୟାରଷ୍ଟ୍ରାଇକ୍ । ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ଏହି ରକେଟଗୁଡିକ ଏକ ଗାଡିରୁ ଟାର୍ଗେଟ କରାଯାଇଥିଲା। ସମାଚାର ଏଜେନ୍ସି ଏଏଫପି ଅନୁସାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆକ୍ଟିଭେଟ୍ ହେବାର ଶବ୍ଦ ଶୁଣିଛନ୍ତି କାବୁଲ ବିମାନବନ୍ଦର ନିକଟରେ ରହୁଥିବା ଲୋକେ। ରକେଟ ମାଡ଼ ପରେ ବିମାନବନ୍ଦର ନିକଟରେ ଧୂଆଁ ଧୂଆଁ ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ନିଆଁ ଲାଗିବା ସହ କିଛି ଗାଡ଼ି କ୍ଷତିଗ୍ରସ୍ତ ମଧ୍ୟ ହୋଇଛି । ତେବେ କିଏ ଏୟାରଷ୍ଟ୍ରାଇକ୍ କରିଛି ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ ।

ଏହାପୂର୍ବରୁ ରବିବାର ଦିନ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କୁ ନେଇ କାବୁଲ୍‌ ବିମାନ ବନ୍ଦରକୁ ଯାଉଥିବା ଗାଡ଼ି ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଥିଲା । ଆତ୍ମଘାତୀ ବିସ୍ଫୋରଣକାରୀମାନେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର ସେନାର ସାମରିକ ନିରାପତ୍ତା କାମକୁ ଟାର୍ଗେଟ କରିବାକୁ ଚାହୁଁଥିଲେ ବୋଲି ସୂଚନା ମିଳିଛି । ଆଫଗାନିସ୍ତାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେରିକା ଐତିହାସିକ ଅପରେସନ୍ କରୁଥିବା ସମୟରେ ଏହି ରକେଟ୍ ଆକ୍ରମଣ କରାଯାଇଥିଲା । ଐତିହାସିକ ଅପରେସନରେ ହଜାର ହଜାର ଲୋକଙ୍କୁ କାବୁଲର ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ଥାନାନ୍ତର କରାଯାଇଛି । ଦୁଇ ସପ୍ତାହ ପୂର୍ବରୁ ତାଲିବାନ ଦଖଲ କରିବା ପରଠାରୁ ଆଫଗାନିସ୍ତାନ ବିଶୃଙ୍ଖଳା ପରିସ୍ଥିତିରେ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking