29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଟୁରିଷ୍ଟ ବସ ଖସି ୮ ମୃତ

ଟୁରିଷ୍ଟ ବସ ଖସି ୮ ମୃତ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ବିଶାଖାପାଟନାର ଅର୍କୁ ଘାଟିରେ ଟୁରିଷ୍ଟ ବସ ୮୦ ଫୁଟ ତଳକୁ ଖସି ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୫ ଜଣ ଆହତ ହୋଇଛନ୍ତି । ମୃତାହତ ମାନେ ତେଲେଙ୍ଗାନାର ହାଇଦ୍ରାବାଦ ଅଞ୍ଚଳର ବୋଲି ଜଣାପଡିଛି । ହାଇଦ୍ରାବାଦରୁ ୨୧ ଜଣ ଯାତ୍ରୀ ଗୋଟିଏ ଟୁରିଷ୍ଟ ବସ ଧରି ୩ ଦିନ ପୁର୍ବେ ଅର୍କୁ ଭ୍ୟାଲି ଆସିଥିଲେ । ଗତକାଲି ରାତି ୯ଟାରେ ଫେରୁଥିବା ବେଳେ ଘାଟି ରାସ୍ତାରେ ବୋରିଗୁମ୍ଫା ଦମୁଛକ ପାଖରେ ଗୋଟିଏ ବାଙ୍କରେ ଘନ କୁହୁଡି ଯୋଗୁଁ ଗାଡିଟି ଭାରସାମ୍ୟ ହରାଇ ଘରାଟି ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ୨ ଜଣ ଶିଶୁଙ୍କ ସହ ଅନ୍ୟ ଦୁଇ ଜଣ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସମସ୍ତଙ୍କୁ ଏସକର୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆହତଙ୍କ ମଧ୍ୟରେ ଅଧିକାଂଶ ୧୦ ବର୍ଷରୁ କମ୍ ବୟସ୍କ ଶିଶୁ ରହିଛନ୍ତି । ଦୁର୍ଘଟଣା ବେଳେ ବସର ସମସ୍ତ ଚାଳକ ଓ ହେଲପରଙ୍କ ସମେତ ୨୩ ଜଣ ଯାତ୍ରୀ ରହିଥିଲେ । ଖବର ପାଇ ପୋଲିସ ଓ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking