37.1 C
Bhubaneswar
Saturday, April 20, 2024
HomeUncategorizedଆଜି ଶ୍ରୀଯୀଉଙ୍କ ପଦ୍ମ ବେଶ

ଆଜି ଶ୍ରୀଯୀଉଙ୍କ ପଦ୍ମ ବେଶ

ପୂରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଯୀଉଙ୍କ ପଦ୍ମ ବେଶ । ବର୍ଷକରେ ଥରେ ମହାପ୍ରଭୁ ପଦ୍ମ ବେଶରେ ବିଭୂଶିତ ହୋଇଥାନ୍ତି । ଏହି ବେଶ ଅତି ସୁନ୍ଦର ଓ ଦୁର୍ଲଭ ଅଟେ । ମାଘ ମାସ ଶୁକ୍ଲ ପକ୍ଷ ପ୍ରତିପଦା ଠାରୁ ବସନ୍ତ ପଞ୍ଚମୀ ଭିତରେ ବୁଧବାର କିମ୍ବା ଶନିବାର ଏହିି ବେଶରେ ଦର୍ଶନ ଦେଇଥାନ୍ତି ମାହପ୍ରଭୁ ଶ୍ରୀ ଜଗନ୍ନାଥ । ଆଜି ବଡ ସିଂହାର ବେଶରେ ମହାପ୍ରଭୁ ରତ୍ନ ବେଦୀରେ ପଦ୍ମ ବେଶରେ ବିଭୂଶିତ ହେବେ । ରବିବାର ମଙ୍ଗଳ ଆଳତୀ, ଅବକାଶ ପୂଜା ପର୍ଯ୍ୟନ୍ତ ଦର୍ଶନ କରାଯିବ । ଏହି ବେଶରେ ମହାପ୍ରଭୁଙ୍କୁ ଅମାଲୁ ଏବଂ ଖିରୀ ଭୋଗ କରାଯାଇଥାଏ ।

ପଣ୍ଡୁ ପୁର୍ଣ୍ଣିମାଠାରୁ ଏହି ବେଶର ପ୍ରସ୍ତୁତି କରାଯାଇଥାଏ । ଏହି ବେଶରେ ମହାପ୍ରଭୁଙ୍କୁ ୮୦ଟି ପଦ୍ମ, ଏକପଣ ଡାଳି, ୩ଟି ଶ୍ରୀମୁଖ ପଦ୍ମ, ୭ଟି ସିଂହାସନ ଗଛ, ୪ଟି ଶ୍ରୀମୁଖ ପଦ୍ମ କଢ, ୨୦ଟି କଦମ୍ବ ଫୁଲରେ ସୁସଜ୍ଜିତ କରପଲ୍ଲବ ମାଳ, ୪ଟି ମଗର କୁଣ୍ଡଳ ଓ ୪ଟି ହଂସ ଲାଗି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking