28.1 C
Bhubaneswar
Monday, May 27, 2024
Homeଖେଳରେକର୍ଡ ଥ୍ରୋ ସହିତ ସୁମିତ ଅନ୍ତିଲ ଜିତିଲେ ସ୍ୱର୍ଣ୍ଣ ପଦକ

ରେକର୍ଡ ଥ୍ରୋ ସହିତ ସୁମିତ ଅନ୍ତିଲ ଜିତିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକରେ ଭାରତର ଜାଭେଲିନ ଥ୍ରୋଅର୍ସଙ୍କ ଧମାକାଦାର ପ୍ରଦର୍ଶନ ଜାରି ରହିଛି । ସୁମିତ ଅନ୍ତିଲ ଭାରତକୁ ଏହି ପ୍ରତିଯୋଗୀତାରେ ୩ୟ ପଦକ ଦେଇଛନ୍ତି । ସେ ସୋମବାର ପୁରୁଷ (ଏଫ ୬୪ ବର୍ଗ)ର ଫାଇନାଲ ମୁକାବିଲାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁମିତଙ୍କ ଏହି ବିଜୟ ସହିତ ଭାରତର ମେଡାଲ ସଂଖ୍ୟା ୭ ହଇଛି । ସୁମିତ ୬୮.୫୫ ମିଟର ଦୂର ଯାଏଁ ଭାଲା ପକାଇ ଗୋଲ୍ଡ ମେଡାଲ ନିଜ ନାମରେ କରିଛନ୍ତି । ସୁମିତଙ୍କ ଏହି ରେକର୍ଡ ବିଶ୍ୱ ରେକର୍ଡ ବି ବନିଯାଇଛି । ଟୋକିଓ ପାରାଲମ୍ପିକରେ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ।  ସୁମିତଙ୍କ ପୂର୍ବରୁ ଲଖେରା ସୁଟିଂ ରେ ଭାରତକୁ ଗୋଲ୍ଡ ଦେଇଥିଲେ । ସେ ସୋମବାର ମହିଳାଙ୍କ ଆର ୨ ୧୦ ମିଟର ଏୟାର ରାଇଫର ଷ୍ଟାଣ୍ଡିଂ ଏସଏଚ୧ ରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସୁମିତ ଏହି ମୁକାବିଲାରେ ନିଜ ରେକର୍ଡ ଭାଙ୍ଗିଛନ୍ତି । ସେ ପ୍ରଥମ ପ୍ରୟାସରେ ୬୬.୯୫ ମିଟର ଥ୍ରୋ କରିଥିଲେ । ଯାହା ବିଶ୍ୱ ରେକର୍ଡ ହେଲା । ଏହାପରେ ୨ୟ ପ୍ରୟାସରେ ସେ ୬୮.୦୮ ମିଟର ଭାଲା ପକାଇ ନିଜର ହିଁ ରେକର୍ଡ ଭାଙ୍ଗିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking