29.1 C
Bhubaneswar
Monday, May 6, 2024
Homeଓଡିଶାକପିଲ ଶର୍ମା ସୋ' ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେଖନ୍ତୁ ଭିଡ଼ିଓ

କପିଲ ଶର୍ମା ସୋ’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିମାନଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ଦେଇ କପିଲ ଶର୍ମା ଶୋ’ରେ ସାମିଲ ହୋଇଥିଲେ, ଯେଉଁଥିରେ ରାନୀ ରାମପାଲ ଏବଂ ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ ହକି ଦଳ ସାମିଲ ହୋଇଥିଲେ। ଲୋକପ୍ରିୟ କପିଲ ଶର୍ମା ସୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଟେଲିଭିଜନ ସୋନି ଟିଭିରେ ପ୍ରସାରିତ କପିଲ୍‌ ଶର୍ମା ସୋରେ ସାଧାରଣତଃ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳେ । ସୋ ରେ ବଲିଉଡ ତାରକାମାନେ ନିଜ ଫିଲ୍ମର ପ୍ରମୋଶନ ପାଇଁ ଏଠାକୁ ଆସନ୍ତି । କିନ୍ତୁ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଦେଶ ପାଇଁ ଗୌରବ ଆଣିଥିବା ହକି ଖେଳାଳିଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି ।

ଟୋକିଓ ଅଲିମ୍ପିକ୍ସ 2020 ରେ ପ୍ରଦର୍ଶନ ପାଇଁ ନବୀନ ତାଙ୍କ ଭିଡିଓ ବାର୍ତ୍ତାରେ ଅଭିନନ୍ଦନ ଜଣାଇଛନ୍ତି।  ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ହେବେ ଏବଂ ଆଗାମୀ ଦିନରେ ଆମେ ନୂତନ ଉଚ୍ଚତା ହାସଲ କରିବୁ ବୋଲି ସେ କହିଛନ୍ତି। ହକି ଖେଳାଳିଙ୍କୁ ଉତ୍ସାହିତ କରିଥିବାରୁ କପିଲ ଶର୍ମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କପିଲ ଶର୍ମା ସୋରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଓ ସୁନାମ ଆଣିଥିବା ଉଭୟ ପୁରୁଷ ଓ ମହିଳା ହକି ଟିମର ଖେଳାଳିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସୋ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇଥିଲେ। ସେ ହକି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking