28.1 C
Bhubaneswar
Saturday, April 27, 2024
Homeଖେଳଟୋକିଓ ଅଲମ୍ପିକରେ ହକି ଟିମରେ କମାଲ ଦେଖାଇବେ ଲଳିତ

ଟୋକିଓ ଅଲମ୍ପିକରେ ହକି ଟିମରେ କମାଲ ଦେଖାଇବେ ଲଳିତ

ନୂଆଦିଲ୍ଲୀ: ବାରଣାସୀ ର ନାମ ଏବେ ପୁଣି ଥରେ ଅଲମ୍ପିକ ଇତିହାସରେ ଯୋଡି ହେବାକୁ ଯାଉଛି । ଆଉ ଏହାର କାରଣ ହେଉଛନ୍ତି ବାରଣାସୀ ହକି ଖେଳାଳୀ ଲଳିତ ଉପାଧ୍ୟାୟ । ଶିବପୁର କ୍ଷେତ୍ରର ଭଗତପୁର ଗାଁ ନିବାସୀ  ଲଳିତ ଉପାଧ୍ୟାୟଙ୍କ ଜନ୍ମ ଅତିମଧ୍ୟମ ଗର୍ୱୀୟ ପରିବାରରେ ହୋଇଥିଲା । ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଅନ୍ତରଷ୍ଟ୍ରୀୟ ହକି ପ୍ରତିଯୋଗୀତା ଖେଳି ସାରିଥିବା ଲଳିତ ମାତ୍ର ୬ ବର୍ଷର ଥିଲେ । ସେତେବେଳେ ସେ ହକି ପାଇଁ ମନ ବଳାଇଥିଲେ । ପରେ ସ୍କୁଲରେ ଦ୍ରୋଣାଚାର୍ଯ୍ୟ ଭଳି ମିଳିଥିବା କୋଚ୍ ଓ ମାତା ପିତାଙ୍କ ପରିବେଶରୁ ଆଜି ସେ ଟୋକିଓ ଅଲମ୍ପିକ ଯାଏଁ ଟିକଟ ହାସଲ କରିଛନ୍ତି ।
ଲଳିତ ଭାରତୀୟ ହକି ଟିମରେ ସାମିଲ ୧୬ ଖେଳାଳୀଙ୍କ ମଧ୍ୟରୁ ସେ ନିହାତି ଜଣେ । ହେଲେ ତାଙ୍କର କ୍ଷମତା ଏମିତି ଯେ, ସେ କେତେବେଲେ ବି ଖେଳର ରୂପରେଖ ବଦଳାଇ ପାରିବେ । ଆଗ୍ରିସିଭ ଓ କଠିନ ପରିଶ୍ରମ କରୁଥିବା ଲଳିତଙ୍କ ଟିମରେ ସ୍ଥାନ ମୁଖ୍ୟ ଭାବରେ ଫରଓାର୍ଡ ଓ କେବେ କେବେ ମିଡଫିଲ୍ଡର ବି ରହିଛି ।

ପ୍ରାରମ୍ଭିକ ଶିକ୍ଷା ମଧ୍ୟରେ ବାରଣାସୀର ୟୁପି କଲେଜରେ ସାଇ ପକ୍ଷରୁ ହକି ଟ୍ରେନିଂ ସେଣ୍ଟରର କୋଚ୍ ପରମାନନ୍ଦ ମିଶ୍ର କୁହନ୍ତି, ସେ ୟୁପି କଲେଜରେ ନିଜର କୋଚିଂ ଆରମ୍ଭ କୋଲକାତାରୁ ଟ୍ରାନ୍ସଫର ହେବା ପରେ ଲଳିତ ଭଳି ଛୋଟ ପିଲାକୁ ନେଇ କରିଥିଲେ । ଏହାପରେ ଅଣ୍ଡର ୧୫, ଅଣ୍ଡର ୧୮ ଓ ସାଇର ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଲଗାତର ବିଜୟ ହାସଲ କରି ଚାଲିଲେ । ଭୋପାଳରେ ତାଙ୍କ ୟୁପି କଲେଜର ଖେଳାଳୀଙ୍କ ମ୍ୟାଚ ଦେଖିବା ପାଇଁ ନିଜ କାମ ଛାଡି ଲୋକେ ଆସୁଥିଲେ । ଏହାପରେ ଲଳିତ କେବେ ବି ଆଉ ପଛକୁ ବୁଲି ଚାହିଁନାହାନ୍ତି । ଦୁଇଥର ବିଶ୍ୱ କପ ଓ ଥରେ କମନ ୱେଲଥ ରେ ବି ଖେଳି ସାରିଛନ୍ତି ।
ଲଳିତ ପିଲା ବେଳେ ଗାଁରେ ପିଲା ଖେଳୁଥିବା ହକି ଖେଳ ଦେଖି ପ୍ରଭାବିତ ହୋଇଥିଲେ । ଲଳିତ ଏବେ କେବଳ ନିଜ କେଳ ଉପରେ ଧ୍ୟାନ ଦେଉଛନ୍ତି । ଭଲ ଖେଳ ଖେଳି ଭାରତ ପାଇଁ ସ୍ୱର୍ଣ୍ଣ ନେଇ ଟୋକିଓରୁ ଫେରିବା ସହ ସମଗ୍ର ବାରଣାସୀର ଓ ଦେଶ ପାଇଁ ନାଁ କରିବାକୁ ଇଚ୍ଛା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking