38.1 C
Bhubaneswar
Friday, April 26, 2024
Homeଓଡିଶାବାଟବଣା ସ୍ୱଚ୍ଛ ଭାରତ ଅଭିଯାନ: ପାଇଖାନା ନିମାଣରେ ହେଉଛି ବ୍ୟାପକ ଦୁନିତୀ

ବାଟବଣା ସ୍ୱଚ୍ଛ ଭାରତ ଅଭିଯାନ: ପାଇଖାନା ନିମାଣରେ ହେଉଛି ବ୍ୟାପକ ଦୁନିତୀ

କେନ୍ଦ୍ରାପଡା଼ :କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱଚ୍ଛ ଭାରତ ଅଭିଯାନ ବାଟବଣା ହେଉଥିବ ଅଭିଯୋଗ ହେଉଛି । କେଉଁଠି ଦଲାଲମାନେ ହୀତାଧିକାରୀଙ୍କୁ ପାଇଖାନା କରାଇ ଦେବା ପାଇଁ ୨ ହଜାରରୁ ୪ ହଜାର ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହେଉଛି ତ କେଉଁଠି କଂଟ୍ରାକ୍ଟରମାନେ ନିମ୍ନମାନର ପାଇଖାନା ନିର୍ମାଣ କରି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେଉଛି । ରାଜକନିକା ବ୍ଲକର ତରାସ ଗ୍ରାମ ପଂଚାୟତର ପାଇଖାନା ହୀତାଧିକାରୀମାନେ ମଙ୍ଗଳବାରା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତ କରି ଏ ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି । ନିକଟରେ ତରାସ ଗ୍ରାମ ପଂଚାୟତରେ ଶେଷ ହୋଇଛି ଶହେଟି ପାଇଖାନା । ଏହି ପାଇଖାନା ଗୁଡ଼ିକ କଂଟ୍ରାକ୍ଟରଙ୍କ ଦ୍ୱାରା ତିଆରି ହୋଇଛି । ମାତ୍ର ପାଇଖାନା ଗୁଡ଼ିକ ତିଆରି ହୋଇ ବ୍ୟବହାର ନହେଉଣୁ କେଉଁ ପାଇଖାନାର ଛାତ ଉଡ଼ି ଗଲାଣି ତ କେଉଁ ପାଇଖାନାର ଟାଙ୍କିର ନନ୍ଦ ଭାଙ୍ଗି ଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଆଉ କେଉଁଠି ଠିକାଦାର ଅଧାପନ୍ତରିଆ ଭାବେ ପାଇଖାନା ତିଆରି କରି ପୁରା ୧୨ ହଜାର ଟଙ୍କା ବିଲ କରି ନେଇଥିବା ଅଭିଯୋଗ ହୋଇଛି । ପାଇଖାନା ଟଙ୍କି ଗୁଡ଼ିକରେ ଅତି ପତଳା ନନ୍ଦ ବ୍ୟବାହର ହୋଇଥିବାରୁ ପାଇଖାନା ଗୁଡ଼ିକର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ପାଇଖାନା ଛାତରେ ଆବଶ୍ୟକୀୟ ଗୋଡ଼ି, ସିମେଂଟ ଓ ରଡ଼ ଦିଆଯାଇନଥିବା କୁହାଯାଉଛି । ଏହି ଭଳି ଅବସ୍ଥାରେ ନିର୍ମିତ ହୋଇଥିବା ପାଇଖାନା ଗୁଡ଼ିକ ବ୍ୟବହାର ଉପଯୋଗୀ ନୁହେଁ ବୋଲି ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି । ସେହିପରି ସ୍ୱଚ୍ଛ ଭାରତ ଅଭିଯାନରେ ଗୋଟିଏ ପାଇଖାନା ନିର୍ମାଣ ପାଇଁ ସରକାର ୧୨ ହଜାର ଟଙ୍କା ଅନୁଦାନ ଦେଉଥିବା ବେଳେ ଠିକାଦାରମାନେ ୫ ହଜାରରୁ ୭ ହଜାର ଟଙ୍କା ମଧ୍ୟରେ ପାଇଖାନା ନିର୍ମାଣରେ ଖର୍ଚ୍ଚ କରି ଅବଶିଷ୍ଟ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେଉଛି । ତରାସ ପଂଚାୟତର ଅମର ସାହୁ, ତାରିଣୀ ବାରିକ, ଜୟୀରାମ ଜେନାଙ୍କ ସମେତ ଅନ୍ୟ ହିତାଧିକାରୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ନେଇ ଅଭିଯୋଗ କରିବା ସହ ତାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking