31.1 C
Bhubaneswar
Friday, March 29, 2024
Homeଓଡିଶାକୁମ୍ଭୀର ମଣିଷ ଲଢେଇ: କୁମ୍ଭୀର ମୁହଁରୁ ବର୍ତ୍ତୀଲେ ବ୍ରଜ

କୁମ୍ଭୀର ମଣିଷ ଲଢେଇ: କୁମ୍ଭୀର ମୁହଁରୁ ବର୍ତ୍ତୀଲେ ବ୍ରଜ

କେନ୍ଦ୍ରାପଡା଼ : କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ମଣିଷ ଲଢେଇ ସାଧାରଣ କଥାରେ ପରିଣତ ହୋଇଛି । କେତେବେଳେ କୁମ୍ଭୀର ଆକ୍ରମଣରେ ଲୋକେ ମୃତାହତ ହେଉଛନ୍ତି ତ କେହି କେହି କୁମ୍ଭୀର ସହ ସଂଘର୍ଷ କରି ବଂଚି ଯାଉଛନ୍ତି । ଜିଲ୍ଲାର ନଈକୂଳିଆ ଅଂଚଳରେ କୁମ୍ଭୀର ମୁହଁରେ କେତେବେଳେ କାହା ଜୀବନ ଯିବ ତାହା କହିହେଉନି । କୁମ୍ଭୀର ଯୋଗୁ ଜୀବନର ଦୋଛକିରେ ଜୀଉଛନ୍ତି ଜିଲ୍ଲାର ନଈକୂଳିଆ ଲୋକେ । କୁମ୍ଭୀରଙ୍କ ଯୋଗୁ ଜିଲ୍ଲାବାସୀ ସବୁବେଳେ ଆତଙ୍କିତ ହୋଇ ଜୀବନ କାଟୁଛନ୍ତି ।
ଏହିଭଳି ପରିସ୍ଥିତିରେ ଜିଲ୍ଲାର ଅନେକ ସ୍ଥାନରେ ନିୟମୀତ ଭାବେ କୁମ୍ଭୀର ଓ ମଣିଷଙ୍କ ଭିତରେ ଲଢେଇ ହେଉଛି । କେତେବେଳେ ସୌଭାଗ୍ୟ କ୍ରମେ ମଣିଷ ବଂଚି ଯାଉଛି ତ କେତେବେଳେ କୁମ୍ଭୀର ମୁହଁରେ ମଣିଷର ପ୍ରାଣଯାଉଛି । ମଙ୍ଗଳ ବାର ସନ୍ଧ୍ୟାରେ କୁମ୍ଭୀର ସହ ଲଢେଇ କରି ଜଣେ ବ୍ୟକ୍ତି ନିଜ ଜୀବନ ବଂଚାଇଥିବା ଭଳି ଚାଂଚଲ୍ୟକର ଘଟଣା ଘଟିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାର ମହାକଳପଡ଼ା ବ୍ଲକର ଦେଉଳିପଡ଼ା ଗ୍ରାମରେ । ଦେଉଳିପଡ଼ା ଗ୍ରାମର ଜଣେ ବ୍ୟକ୍ତିି ନିଜର ଅସୀମ ଧୈର୍ଯ୍ୟ ଓ ସାହାସ ଦେଖାଇ ଏକ ବିଶାଳ କୁମ୍ଭୀର ମୁହଁରୁ ନିଜ ଜୀବନ ବଂଚାଇପାରିଛନ୍ତି । ଏଭଳି ଲୋମଟାଙ୍କୁରା କାହାଣୀ ଶୁଣିଲେ ହୁଏତ କେହି ବିଶ୍ୱାସ କରିପାରିବେନି । କିନ୍ତୁ କଟାଟି ସତ ।
ମହାକଳପଡ଼ା ବ୍ଲକ ଅନ୍ତଗତ ଦେଉଳିପଡ଼ା ଗ୍ରାମର ବ୍ରଜକିଶୋର ପ୍ରଧାନ ମଙ୍ଗଳ ବର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସବୁଦିନ ପରି ଗାଁ ପାଖ ଦେଇ ବହି ଯାଇଥିବା ଗୋବରୀ ନଦୀକୁ ମାଛ ଧରିବା ପାଇ ଜାଲ ନେଇଯାଇଥିଲେ । ବ୍ରଜ ନଈର ମଙ୍ଗଳା ଘାଟର ପାହାଚ ଉପରେ ଠିଆ ହୋଇ ଜାଲ ପକାଇବା ଆରମ୍ଭ କରିବା ପରେ ନଈରେ ଥିବା ଏକ କୁମ୍ଭୀର ବ୍ରଜଙ୍କ ଗୋଡ଼କୁ ହଠାତ ଆକ୍ରମଣ କରିଥିଲା ଏକ ବିଶାଳ କୁମ୍ଭୀର । କୁମ୍ଭୀର ବ୍ରଜଙ୍କ ଗୋଡ଼କୁ କାମୁଡ଼ି ନଈ ଭିତରକୁ ଟାଣି ନେବାକୁ ଆରମ୍ଭ କରିଥିଲା । କିନ୍ତୁ କୁମ୍ଭୀର ଆକ୍ରମଣରେ ବ୍ରଜ ଡରି ନଯାଇ ଅନ୍ୟ ଏକ ଗୋଡ଼ରେ କୁମ୍ଭୀରକୁ ଶକ୍ତ ଗୋଇଠା ମରିଥିଲେ । କୁମ୍ଭୀର ବ୍ରଜଙ୍କୁ ନଛାଡ଼ିବାରୁ ଦୁହିଁଙ୍କ ଭିତରେ ଚାଲିଲା ଲଢେଇ । ବ୍ରଜଙ୍କୁ କୁମ୍ଭୀର ନଈ ଭିତକୁ ଟାଣି ନେବାକୁ ଲାଗିପଡ଼ିଥିବା ବେଳେ ବ୍ରଜ ତା’ ମୁହଁରୁ ବର୍ତୀବା ପାଇ ସମସ୍ତ ପ୍ରକାର ଚେଷ୍ଟା କରିଚାଲିଥିଲେ । ବ୍ରଜଙ୍କର ବହୁ ସଂଘର୍ଷ ପରେ କୁମ୍ଭୀର ତାଙ୍କ ଗୋଡ଼କୁ ନଛାଡ଼ିବାରୁ ବ୍ରଜ କୁମ୍ଭୀର ମୁହଁକୁ ବିଧା ମାରିଥିଲେ । ଏହି ସମୟରେ କୁମ୍ଭୀର ବ୍ରଜଙ୍କ ଗୋଡ଼କୁ ଛାଡ଼ି ଦେଇ ତାଙ୍କ ହାତକୁ କାମୁଡ଼ି ଧରିଥିଲା । ହେଲେ ସୌଭାଗ୍ୟ କ୍ରମେ ବ୍ରଜଙ୍କ ଅନ୍ୟ ହାତର ଏକ ଆଙ୍ଗୁଠି କୁମ୍ଭୀର ଆଖିରେ ଗେଞ୍ଜି ହୋଇଯିବାରୁ କୁମ୍ଭୀର ବ୍ରଜଙ୍କୁ ଛାଡ଼ି ନଦୀ ଭିତରକୁ ପଳାଇ ଯାଇଥିଲା । ବ୍ରଜଙ୍କୁ କୁମ୍ଭୀର ଆକ୍ରମଣ କରିବା ସମୟରେ ସେ ଜୀବନ ବଂଚାଇବାକୁ ଖୁବ ଜୋରରେର ପାଟି କରିଥିଲେ । ହେଲେ ସେତେବେଳକୁ ଅନ୍ଧାର ହୋଇଯାଇଥିବାରୁ ନଦୀ ନିକଟରେ କେହି ନଥିଲେ । ତେଣୁ କେହି ତାଙ୍କୁ ସହାୟତା କରିବାକୁ ଆସିନଥିଲେ । କୁମ୍ଭୀରା ବ୍ରଜଙ୍କୁ ଛାଡ଼ି ଦେବା ପରେ ସେ ଲହୁ ଲୁହାଣ ଅବସ୍ଥାରେ ନଦୀ କୁଳକୁ ଆସି ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ । ତେବେ ବ୍ରଜଙ୍କ ପାଟି ଶୁଣି କିଛି ଲୋକ ନଦୀ କୂଳରେ ପହଂଚି ବ୍ରଜଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ କୁରୁତୁଙ୍ଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ହେଁ ତାଙ୍କ ଅବସ୍ଥା କୁରୁତର ଥିବାରୁ ତାଙ୍କୁ କେନ୍ଦ୍ରା ପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଜିଲ୍ଲାର ନଦୀକୂଳିଆ ଗ୍ରାମମାନଙ୍କରେ ନିୟମୀତ ଭାବେ ଏହିପରି ଭାବେ ବହୁ ପୁରୁଷ, ମହିଳା ଓ ନାବାଳକ, ନାବାଳିମା କୁମ୍ଭୀର ଆକ୍ରମଣର ଶୀକାର ହୋଇ ନିୟମୀତ ଭାବେ ମୃତାହତ ହେଉଛନ୍ତି । କେହି କେହି କୁମ୍ଭୀର ଦ୍ୱାରା ଆହତ ହୋଇ ବଂଚି ଯାଉଛନ୍ତି ।
ଅନେକ ସମୟରେ ଗୃହପାଳିତ ପଶୁମାନେ ନଦୀକୁ ପାଣିପିଇବାକୁ ଯାେଇ କୁମ୍ଭୀର ଆକ୍ରମଣର ଶୀକାର ମଧ୍ୟ ହେଉଛନ୍ତି । ହେଲେ ଏଥିପ୍ରତି ବନ ବିଭାଗ ବେଫିକର ହୋଇ ବସି ରହିଛି । ନଦୀର ଘାଟଗୁଡ଼ିକରେ ବନ ବିଭାଗ ପକ୍ଷରୁ ତାରଜାଲି ଲଗାଯାଉ ନାହିଁ । ଫଳରେ ଲୋକେ ନଦୀଘାଟକୁ ଯାଇ କୁମ୍ଭୀର ମୁହଁରେ ପଡ଼ୁଛନ୍ତି । ଏହାର ତୁରନ୍ତ ବ୍ୟବସ୍ଥା କରାନଗଲେ ଭବିଶ୍ୟତରେ ଅନେକ ବ୍ରଜ କୁମ୍ଭୀରର ଯେ ଶୀକାର ନହେବେ ତାହା କହି ହେବନାହିଁ । ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ବାସ କରୁଥିବା ଲୋକେ କେତେଦିନ ଏହି ଭଳି ଜୀବନ ମୃତ୍ୟୁର ଦୋଛକିରେ ରହିଥିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking