28.1 C
Bhubaneswar
Saturday, April 27, 2024
Homeଅପରାଧଅର୍ଦ୍ଧାଙ୍ଗିନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଏପରି କଲା ସ୍ୱାମୀ

ଅର୍ଦ୍ଧାଙ୍ଗିନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଏପରି କଲା ସ୍ୱାମୀ

ବଡ଼ଗାଁ: ବଡ଼ଗାଁ ଥାନା ଅନ୍ତର୍ଗତ ତୁଡ଼ାଲଗା ଗାଁ କିଷାନପଡ଼ାରେ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି | ଚରିତ୍ର ସନ୍ଦେହ ଯେ କେତେ ଭୟାନକ ହୋଇପାରେ ତାହା ଏଠାରେ ନଜର ଆସିଛି | ପତ୍ନୀକୁ ଫୁଙ୍କ ନଳୀରେ ପିଟିପିଟି ନିର୍ମର୍ମ ଭାବେ ହତ୍ୟା କରିବା ପରେ ଶବକୁ କିରୋସିନି ଢାଳି ନିଆଁ ଲଗାଇ ଦେଇଛି କୁଳାଙ୍ଗାର ସ୍ୱାମୀ । ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ତୁଡାଲଗା କିଷ‌ାନପଡ଼ାର ଲଲିତ କିଷାନ (୪୦) ବାମରା ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁର ତୁଳସୀ ଟପ୍ପୋ(୩୫)ଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମାତ୍ର ତୁଳସୀଙ୍କ ଚରିତ୍ର ଉପରେ ଲଳିତ ବାରମ୍ବାର ସନ୍ଦେହ କରୁଥିଲେ। ଏହି କାରଣରୁ ତୁଳସୀଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିବାରୁ ଗ୍ରାମ ବୈଠକରେ ଏହାର ଆପୋଷ ସମାଧାନ ହୋଇଥିଲା । ଆଜି ସକାଳେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସେହି କାରଣରୁ ଝଗଡ଼ା ହୋଇଥିଲା । ଫଳରେ ଲଳିତ ଉତ୍‌କ୍ଷିପ୍ତ ହୋଇ ଏକ ଫୁଙ୍କନଳୀରେ ତୁଳସୀଙ୍କ ମୁଣ୍ଡରେ ପ୍ରହାର କରିଥିଲା। ସେଥିରେ ତୁଳସୀ ନିସ୍ତେଜ ହୋଇ ପଡ଼ିଯିବା ପରେ ତାଙ୍କ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଲଳିତ ସେଠାରୁ ଫେରାର ହୋଇଯାଇଥିଲା । ବଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଶବ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଥିଲା । ପରେ ଅଭିଯୁକ୍ତ ଲଳିତକୁ ଏକ ପରିତ୍ୟକ୍ତ ଘରୁ ଗିରଫ କରାଯାଇଥିଲା ଏବେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking