38.1 C
Bhubaneswar
Friday, April 26, 2024
Homeଖେଳଆଜି ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର : ମୁମ୍ବାଇ ଓ ଦିଲ୍ଲୀ ଜୋରଦାର ମୁକାବିଲା

ଆଜି ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର : ମୁମ୍ବାଇ ଓ ଦିଲ୍ଲୀ ଜୋରଦାର ମୁକାବିଲା

ଦୁବାଇ : ଆଇପିଏଲ୍‌ରେ ଆଜିଠୁ ଆରମ୍ଭ ହେଉଛି ପ୍ଲେ ଅଫ୍‌ର ମହାମୁକାବିଲା। ପରସ୍ପରକୁ କଡ଼ା ଟକ୍କର ଦେବେ ଟପ୍‌ ୪ ଦଳ। ଆଜି ଆଇପିଏଲ୍‌ର ପ୍ରଥମ ପ୍ଲେ ଅଫ୍‌ରେ ପରସ୍ପରକୁ ଭେଟିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଆଜି କ୍ୱାଲିଫାୟାର ପ୍ରଥମ ମୁକାବିଲା ହେବ। ଦୁବାଇରେ ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଆସନ୍ତାକାଲି ଏଲିମିନେଟର ମୁକାବିଲା ହେବ। ଏଥିରେ ସାମ୍ନାସାମ୍ନି ହେବେ ବିରାଟ ବାହିନୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ।
ଏହାର ପରବର୍ତ୍ତୀ ମ୍ୟାଚ୍‌ ଖେଳାଯିବ ନଭେମ୍ବର ୮ରେ। ଏହି ଦିନ ଦ୍ୱିତୀୟ କ୍ୱାଲିଫାୟାର ଅନୁଷ୍ଠିତ ହେବ। ଏଥିରେ ପ୍ରଥମ କ୍ୱାଲିଫାୟାରର ପରାଜିତ ଦଳ ଓ ଏଲିମିନେଟର ମ୍ୟାଚ୍‌ର ବିଜେତା ଦଳଙ୍କ ମଧ୍ୟରେ ମୁକାବିଲା ହେବ। ଏଥିରେ ଯିଏ ଜିତିବ ସେ ଫାଇନାଲକୁ ଯିବ। ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୭.୩୦ରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking