26.1 C
Bhubaneswar
Friday, March 29, 2024
Homeଓଡିଶାତ୍ରିଶୁଳିଆ ନେତାଜୀ ସେତୁ ଉପରେ ସଡକ ଦୁର୍ଘଟଣା; ଚାଳକ ଗୁରୁତର

ତ୍ରିଶୁଳିଆ ନେତାଜୀ ସେତୁ ଉପରେ ସଡକ ଦୁର୍ଘଟଣା; ଚାଳକ ଗୁରୁତର

କଟକ : କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକ କାର ଓ ବମ୍ଫର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସେତୁ ଉପରେ କଟକରୁ ଭୁବନେଶ୍ୱର ଯାଉଥିବା ଉକ୍ତ ଡମ୍ଫର ସହ ବାରଙ୍ଗରୁ କଟକ ଆସୁଥିବା ଏହି କାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର ଚାଳକ ଡ଼ମ୍ଫର ମଧ୍ୟରେ ବହୁ ସମୟ ଚାପି ହୋଇ ରହିଥିଲେ। କାରର ବହୁ ଅଂଶ ଡମ୍ଫର ଭିତରକୁ ପଶିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚି ଡମ୍ଫର ଭିତରେ ଥିବା କାର ଭିତରେ ଅଂଶକୁ କାଟି ଗୁରୁତର ଚାଳକଙ୍କୁ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking