31.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜିର ଦିନଟି ଆପଣଙ୍କର ଠିକ୍ ଠାକ୍ ରହିବ । କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର ହୋଇଯିବ । ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପ୍ରାପ୍ତ ରହିବେ । ସଫଳତା ପାଇବେ ।

ବୃଷ : ଆର୍ଥିକ ଲାଭ ପାଇଁ ଭଲ ଦିନଟି । ଜ୍ଞାନ ଓ ବୃଦ୍ଧି ପ୍ରୟୋଗ କରି ସଫଳତା ପାଇବେ । ଚାକିରୀଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ । ଖେଳ ପଦର୍ଶନ କରିପାରିବେ ।

ମିଥୁନ : ଆଜି ଆର୍ଥିକଲାଭ ଦେଖାଦେଇପାରେ । ପରିଶ୍ରମ କରିବାକୁ ପଡ଼ିବ । କୌଣସି ବଡ଼ ସଫଳତା ପାଇପାରନ୍ତି । ଅଫିସରେ ଆପଣଙ୍କ ସ୍ଥିତି ମଜବୁତ୍ ହେବ । ପାରିବାରିକ ବିବାଦରୁ ନିବୃତ ରୁହନ୍ତୁ । ଦୂର ଯାତ୍ରା କରିପାରନ୍ତି ।

କର୍କଟ : ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ ସମ୍ମାନ ମିଳିବ । ସ୍ଥିତିର ଉନ୍ନତି ଆସିବ । ନୂଆ ବିଦ୍ୟୁତ୍ ଉପକରଣ କିଣିପାରନ୍ତି । ଜୀବନ ସାଥିଙ୍କ ସହିତ ରୋମାଂଟିକ୍ ମନୋଭାବରେ ରହିବେ । ପିଲାମାନେ ଦୂରୋପଯୋଗ କରିବେ ।

ସିଂହ : ଆଜି ଉର୍ଜା ଓ ପ୍ରେରଣାରେ ଭଲରେ ରହିବ । କ୍ୟାରିୟରେ ନୂଆ ପ୍ରସ୍ତାବ ଆସିପାରେ । ଅଚାନକ ଧନପ୍ରାପ୍ତି ହେବ । ମହିଳାମାନେ ଖୁସିରେ ସମୟ ଅତିବାହିତ କରିବେ । ନୂଆ ନୂଆ ରାସ୍ତା ତିଆରି କରିବେ ।

କନ୍ୟା : ଦୁନିଆକୁ ଜିଣି ନେବାରେ ଉତ୍ସାହ ଆପଣଙ୍କ ପାଖରେ ରହିବ । ପରିବାରରେ ଖୁସି ବଜାୟ ରଖିବେ । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ତୁଳା : ଧ୍ୟାନ ଯୋଗରେ ମନରେ ସକରାତ୍ମକ ଶକ୍ତି ସଂଚାର ହେବ । ହସଖୁସିରେ ସମୟ କଟିବ । ମାନହାନି ଘଟିପାରେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

ବିଛା : ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ । ଜୀବନରେ ଘଟୁଥିବା ସଂଘର୍ଷ ସମାପ୍ତ ହେବ । ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ । ପରିବାରରେ ହସଖୁସିରେ ସମୟ କାଟିବେ ।

ଧନୁ : ଭାଗ୍ୟ ଅପଣଙ୍କର ସାଥ୍ ଦେବ । ବନ୍ଧୁ ବର୍ଗଙ୍କ ସହିତ ସମ୍ବନ୍ଧ ବଜବୁତ୍ ରହିବ । ଲାଭ ବାନ ହେବେ । ସୁଯୋଗ ମିଳିଲେ ହାତଛଡ଼ା କରିବେ ନାହିଁ । ପରିବାରରେ ଶାନ୍ତି ବଜାୟ ରଖିବେ ।

ମକର: ଆଜି ଉତ୍ସବାଦିରେ ସମ୍ମାନିତ ହେବେ । ଦୁଃଖପୂର୍ଣ୍ଣ ବାର୍ତ୍ତା ମିଳିପାରେ । ଦେହ ଭଲ ରହିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଦୂରଯାତ୍ରାରେ ଲାଭପାଇବେ ।

କୁମ୍ଭ: ବ୍ୟବସାୟରୁ ଅଶାନ୍ତି ବଢ଼ିପାରେ । ଦାୟିତ୍ୱରେ ପରିବର୍ତ୍ତନ ଘଟିବ । ଆଂଶିକ ସଫଳତା ପାଇପାରନ୍ତି । ବିପଦର ଆଭାସ ପାଇବେ । ମନର ଅବସ୍ଥା ଭଲ ରହିବ ।

ମୀନ: ସତକର୍ତା ଅବଲମ୍ବନ କରିବେ । ଆୟ ଉତ୍ତମ ହେବ । ରାଜନୈତିକ ଅସ୍ଥିରତା ଲାଗି ରହିବ । ସାହାଯ୍ୟ ବୃଥା ହେବ । ଗଣ୍ଡଗୋଳରୁ ଲାଭ ଉଠାଇବେ । କାର୍ଯ୍ୟରେ ବିଘ୍ନ ଉପୁଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking