33.1 C
Bhubaneswar
Tuesday, October 6, 2026
Homeଓଡିଶାହାଇୱା ଚାପାରେ +୨ ଛାତ୍ରୀ ମୃତ

ହାଇୱା ଚାପାରେ +୨ ଛାତ୍ରୀ ମୃତ

କଟକ: କଟକ ଆଠଗଡ ଚାନ୍ଦବାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ସାରି ଘରକୁ ଫେରିବାବେଳେ +୨ ଛାତ୍ରୀଙ୍କୁ ଚାପିଦେଲା ହାଇୱା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତରୋକ। କ୍ଲାସ ସାରି ଘରକୁ ଫେରିଲା ବେଳେ ଚାନ୍ଦବାଲି ଛକ ଠାରେ ଛାତ୍ରୀଙ୍କୁ ପଛପଟୁ ଧକ୍କା ଦେଇଥିଲା ହାଇୱା । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଛାତ୍ରୀ ଗୁରୁତର ଅବସ୍ଥାରେ ଆଠଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। କ୍ଷତିପୂରଣ ସହ ଛକରେ ଟ୍ରାଫିକ ପୁଲିସ ନିୟୋଜିତ କରିବା ଦାବି କରି ଆଠଗଡ ବିଧାୟକଙ୍କ ସହ କଲେଜ ଛାତ୍ର ଛାତ୍ରୀ, ସ୍ଥାନୀୟ ଲୋକ ରାସ୍ତା ରୋକ କରିଛନ୍ତି । ମୃତ ଛାତ୍ରୀ ଜଣକ ଆଠଗଡ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ । ତାଙ୍କ ଘର ଢେଙ୍କାନାଳ ଦେଓପଡା ଗାଁରେ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking