ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ନିକଟସ୍ଥ ପାଳୁଖୁଳା ଗ୍ରାମ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟେ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ନେଇ ପ୍ରାଥମିକ ସୂଚନା ମିଳିଛି ।ଭଗବାନ ସେଠୀ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କୌଣସି କାରଣକୁ ନେଇ ଉଭୟ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ପାଳୁଖୁଳା ଗ୍ରାମ ନିକଟ ଜଙ୍ଗଲରେ ଉଭୟଙ୍କ ମୃତଦେହ ପଡିଥିଲା। ଖବର ପାଇ ଘଟଣାସ୍ଥଳରେ ପାଟପୁର ଥାନା ପୋଲିସ ପହଞ୍ଚି ଦୁଇଟି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଦିଗପହଣ୍ଡି ମେଡିକାଲକୁ ଆଣିଛି। ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।










