30.1 C
Bhubaneswar
Friday, April 26, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା.......

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…….

ମେଷ : କାର୍ଯ୍ୟରେ ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ସରକାରଙ୍କ ତରଫରୁ ଅର୍ଥ ମିଳିବ । ଉତମ ଗୃହରେ ବାସ କରିବେ । କୀର୍ତିମାନ ହେବେ । ଧନପ୍ରାପ୍ତ ହେବେ । ଉତମ ଗୁଣର ହେବ ।

ବୃଷ : କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେଇପାରନ୍ତି । ଆଳସ୍ୟ ପରାୟଣ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନୀତ ହୋଇପାରନ୍ତି । ସ୍ତ୍ରୀ ଧନରେ ସୁଖୀ ହୋଇପାରନ୍ତି ।

ମିଥୁନ : ଆଜି ଆୟ ଯଥେଷ୍ଟ ପରିମାଣରେ ହେବ । ନାନାବିଧୀ ସମ୍ମାନର ଅଧିକାରୀ ହୋଇପାରନ୍ତି । କୀର୍ତ୍ତିମାନ ହେବେ । ପ୍ରଶନ୍ନତା ଲାଭ କରିପାରନ୍ତି । ଉଚ୍ଚବିଳାସୀ ହେବେ ।

କର୍କଟ : ନୂତନ ନିଯୁକ୍ତି ପାଇ ବ୍ୟସ୍ତତାରୁ ବଂଚିତ ହୋଇପାରନ୍ତି । ବନ୍ଧୁ ମିଳନ ଦ୍ୱାରା ଉପକୃତ ହେବେ । ଉତମ ମିତ୍ରଲାଭ ହୋଇପାରେ । ପୁତ୍ର ଲାଭର ସୂଚନା ମିଳୁଛି । ଧନ ମିଳିବ ।

ସିଂହ : ପରିସ୍ଥିତି ପ୍ରତି ଉଦାସ ମନୋଭାବର ହେବେ । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବେ । ବିଜ୍ଞ ବ୍ୟକ୍ତି ଭାବେ ସର୍ବ ବିବେଚିତ ହୋଇପାରନ୍ତି । ଶାସ୍ତ୍ର ପ୍ରତି ଅନୁରକ୍ତି ରହିବେ ।

କନ୍ୟା : ଲାଗି ରହିଥିବା ବିବାଦ ଅବସାନ । ଉତମ ଭୋଜନ ମିଳିବ । ଜୀବନରେ ଆଶା ପୂରଣ ହେବ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଶତ୍ରୁମାନେ ଅପସରିଯିବେ ।

ତୁଳା : ସତର୍କ ନ ରହିଲେ ଦ୍ରବ୍ୟ ହାନି ହେବାର ସମ୍ଭାବନା ଅଛି । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବ ହେବ । କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ ।

ବିଛା : ସେବା ମନୋଭାବ ଗ୍ରହଣ କରିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରଶଂସା ମିଳିବ । ଆୟ ବୃଦ୍ଧିର ସୂଚନା ମିଳୁଛି ।

ଧନୁ : ସମ୍ପତି ପାଇଁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ । ଅଶାବାଦୀ ହେବେ । ଆଶାପୂରଣ ହେବ । ବିଭିନ୍ନ ସ୍ତରରୁ ଧନାଗମ ହେବ । ଲୋଭର ବସବର୍ତି ହେବେ ।

ମକର : ଆଜି ଦିନଟି ବନ୍ଧୁମିଳନ ଆନନ୍ଦଦାୟକ ହୋଇପାରେ । ସୁଖ ସମୃଦ୍ଧି ପୂର୍ଣ୍ଣ ହେବ । ସମସ୍ୟାର ପରିସମାପ୍ତି ଘଟିବ । କୃଷିକ୍ଷେତ୍ରରେ ତ୍ୱରାନ୍ୱିତ କରିବାରେ ଲାଗିପଡ଼ିବେ ।

କୁମ୍ଭ : ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପଥରୋଧ କରିବାକୁ କହି ଉଦ୍ୟମ ଚଳାଇପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । କଳ୍ପନା ବିଳାସୀ ହୋଇପାରନ୍ତି ।

ମୀନ : ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ନାନାବିଧି ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । କୀର୍ତି ସ୍ଥାପନ କରିପାରନ୍ତି । ମନ ପ୍ରସନ୍ନ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking