27.1 C
Bhubaneswar
Tuesday, March 19, 2024
Homeଖେଳଆଇଏସ୍‌ଏଲ୍‌-୭ : ଗୋଆ-ନର୍ଥଇଷ୍ଟ୍ ୟୁନାଇଟେଡ୍ ମ୍ୟାଚ୍ ଡ୍ର

ଆଇଏସ୍‌ଏଲ୍‌-୭ : ଗୋଆ-ନର୍ଥଇଷ୍ଟ୍ ୟୁନାଇଟେଡ୍ ମ୍ୟାଚ୍ ଡ୍ର

ଗୋଆ : ଚଳିତ ଆଇଏସ୍‌ଏଲର ସପ୍ତମ ସଂସ୍କରଣରେ ସୋମବାର ଏଠାକାର ଫତୋର୍ଦା ଷ୍ଟାଡିୟମ୍‌ଠାରେ ଦ୍ୱାଦଶ ମ୍ୟାଚ୍ ଖେଳାଯାଇଛି । ଏଥିରେ ଏଫସି ଗୋଆ ଓ ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫସି ମଧ୍ୟରେ ମୁକାବିଲା ହୋଇଥିଲା । ତେବେ ମ୍ୟାଚ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବା ଫଳରେ ଏହା ଡ୍ର’ରେ ଶେଷ ହୋଇଛି । ଉଭୟ ଗୋଲ୍ ପ୍ରଥମାର୍ଦ୍ଧରେ ସ୍କୋର୍ ହୋଇଥିଲା । ପ୍ରଥମାର୍ଦ୍ଧରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଗୋଆ ଖେଳାଳି ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲେ ହେଁ ନର୍ଥଇଷ୍ଟ୍ ପକ୍ଷରୁ ୪୦ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର୍‌ରୁ ଗୋଲ୍ ସ୍କୋର୍ କରି ଇଦ୍ରିସା ସିଲା ଟିମ୍‌କୁ ଆଗୁଆ କରାଇଥିଲେ । ଗିନି ଖେଳାଳି ସିଲାଙ୍କୁ ଗୋଆ ଟିମ୍‌ର ସ୍ପେନୀୟ ଫୁଟବଲର୍ ଇଭା ଗୋଞ୍ଜାଲେଜ୍ ଫାଉଲ୍ ମାରିବାରୁ ନର୍ଥଇଷ୍ଟ୍‌କୁ ପେନାଲ୍‌ଟି କିକ୍ ମିିଳିଥିଲା । କିନ୍ତୁ ନର୍ଥଇଷ୍ଟ୍‌ର ଏହି ଅଗ୍ରଣୀକୁ ବେଶୀ ସମୟ ରହିବାକୁ ଦେଇ ନ ଥିଲେ ଗୋଆର ସ୍ପେନୀୟ ଖେଳାଳି ଇଗୋର୍ ଆଙ୍ଗୁଲୋ । ସେ ୪୩ତମ ମିନିଟ୍‌ରେ ଏହି ଗୋଲ୍‌ଟି ଦେଇ ସ୍ଥିତି ବରାବର କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଖେଳ ଶେଷ ହେବାକୁ ୬ ମିନିଟ୍ ବାକି ଥିବା ବେଳେ ଗୋଆ ପକ୍ଷରୁ ଆଲବର୍ଟୋ ନୋଗୁଏରାଙ୍କ ଏକ ଶଟ୍ ପ୍ରତିପକ୍ଷ ଗୋଲ୍‌କିପର୍‌ଙ୍କୁ ପରାସ୍ତ କରିଥିଲେ ହେଁ ତାହା ବାର୍‌ରେ ବାଜି ବାହାରକୁ ଚାଲିଯାଇଥିଲା । ଶେଷରେ ପ୍ରତିଯୋଗିତାରେ କ୍ରମାଗତ ଚତୁର୍ଥ ଓ ସଂସ୍କରଣର ଷଷ୍ଠ ମ୍ୟାଚ୍ ବିନା ଫଇସଲାରେ ଶେଷ ହୋଇଛି । ପଏଣ୍ଟ୍ ଭାଗ କରିଥିବା ନର୍ଥଇଷ୍ଟ୍ ୫ ପଏଣ୍ଟ୍ ସହ ଦ୍ୱିତୀୟରେ ଓ ଗୋଆ ୨ ପଏଣ୍ଟ୍ ସହ ସପ୍ତମରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking