26.1 C
Bhubaneswar
Tuesday, May 7, 2024
Homeଓଡିଶାମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ରାସ୍ତା ନଥିବାରୁ ଭାରରେ ବୁହାହେଲେ ଗର୍ଭବତୀ

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ରାସ୍ତା ନଥିବାରୁ ଭାରରେ ବୁହାହେଲେ ଗର୍ଭବତୀ

ରାମନାଗୁଡା : ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା ଫଳରେ ବାଧ୍ୟ ହୋଇ ଭାରରେ ବୁହାହେଲେ ଗର୍ଭବତୀ । ଏଭଳି ଏକ ଅବସ୍ଥାରେ ଗର୍ଭଯନ୍ତଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ ଜଣକ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିଲାମଗୁଡା ପଞ୍ଚାୟତ ଅଧିକ ଡମ୍ବୁରିଗୁଡା ଗ୍ରାମ ନିକଟରେ । ଡମ୍ବୁରିଗୁଡା ଗ୍ରାମର କୁନି ଶବର(୨୨)ଙ୍କୁ ଗତକାଲି ରାତି ୮ ଘଣ୍ଟା ସମୟରେ ଗର୍ଭଯନ୍ତଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଖବରପାଇ ଆମ୍ବୁଲାନ୍ସ ଡ୍ରାଇଭର କମଳାକାନ୍ତ ପାଢ଼ୀ ସେଠାରେ ପହଞ୍ଚି ଥିଲେ । ବିଳମ୍ବ ପର୍ଯ୍ୟନ୍ତ ନଫେରିବାରୁ ଚାଷ ଜମିରେ ଚାଲି ଚାଲି ଯାଇ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ଆଣିଥିଲେ ଗର୍ଭବତୀଙ୍କ ସ୍ୱାମୀ ଲକ୍ଷ୍ମୀ ନାରୟଣ ଶବର ଓ ଆମ୍ବୁଲାନ୍ସ ଡ୍ରାଇଭର କମଳାକାନ୍ତ ପାଢ଼ୀ । ଗର୍ଭବତୀ ମହିଳା ଗର୍ଭଯନ୍ତଣାରେ ଛଟପଟ ହେଉଥିବା ଅବସ୍ଥାରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ କୁନି ଶବରଙ୍କ ପ୍ରସବ ହୋଇଥିବା ଅବସ୍ଥାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପରେ ସଙ୍ଗେସଙ୍ଗେ ୧୦୨ଆମ୍ବୁଲାନ୍ସ ଯୋଗେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଉଭୟେ ସୁସ୍ଥ ରହିଥିବା ଡାକ୍ତର କହୁଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ମାନବିକତା ପାଇଁ ମୋ ସ୍ତ୍ରୀ ଓ ପୁତ୍ରର ଜୀବନ ରକ୍ଷା ପାଇଗଲା ବୋଲି କହିଛନ୍ତି ଗର୍ଭବତୀଙ୍କ ସ୍ୱାମୀ ଲକ୍ଷ୍ମୀ ନାରାୟଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking