35.1 C
Bhubaneswar
Tuesday, April 23, 2024
Homeଅପରାଧଇଟା ଭାଟିରେ ନାବାଳିକାକୁ ଦୁଷ୍କର୍ମ

ଇଟା ଭାଟିରେ ନାବାଳିକାକୁ ଦୁଷ୍କର୍ମ

ନୀଳଗିରି : ନୀଳଗିରି ବ୍ଲକ୍ ଭଉଁରିଆବାଡ଼ ପଞ୍ଚାୟତର ଜଡ଼ିବାଲି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ ଦୁର୍ଗାପୂଜାଠାରୁ ବାଘମରା ଅଞ୍ଚଳର ମଧୁ ସିଂ ତାଙ୍କ ସ୍ତ୍ରୀ ସହ ନିଜର ନାବାଳିକା ଝିଅକୁ ଧରି ଇଟାଭାଟିରେ କାମ କରିଆସୁଥିଲେ । ନିଜର ନାବାଳିକା ଝିଅଟି ମଧ୍ୟ ଉକ୍ତ ଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ଏହି ସମୟ ଭିତରେ ସଂପୃକ୍ତ ନାବାଳିକା ସହ ଭାଟିରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ସହ ପ୍ରେମ ସଂପର୍କ ସୃଷ୍ଟି ହୋଇ ସଂପୃକ୍ତ କର୍ମଚାରୀ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା । ତେବେ ଅପମାନରୁ ବଞ୍ôଚବା ପାଇଁ ଶେଷରେ ସୋମବାର ସକାଳେ ସଂପୃକ୍ତ ନାବାଳିକା ବିଷ ପାନ କରିଥିବା ନାବାଳିକାର କକା ନୀଳଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ସୋମବାର ସକାଳେ ଇଟାଭାଟିର ଏକ ନିଛାଟିଆ ସ୍ଥାନରେ ବିଷପିଇ ନାବାଳିକାଟି ବାପା ମାଆକୁ ଡାକ ପକାଇଥିଲା ଓ ମୋତେ ଶୀଘ୍ର ଡାକ୍ତରଖାନା ନେଇଯାଅ ବୋଲି କହିଥିଲା । ନୀଳଗିରି ମେଡିକାଲରେ ଅବସ୍ଥା ଗୁରୁତର ହେବାରୁ ନାବାଳିକାକୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ନୀଳଗିରି ପୁଲିସ ବାଲେଶ୍ୱର ମେଡିକାଲରେ ପହଞ୍ôଚ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking