32.1 C
Bhubaneswar
Saturday, May 4, 2024
Homeଓଡିଶାଆଜି ଶାନ୍ତି ଓ ପୂଜା କମିଟି ବୈଠକ

ଆଜି ଶାନ୍ତି ଓ ପୂଜା କମିଟି ବୈଠକ

କଟକ: ଆଜି  କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ବୈଠକ ବସି ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା ହେବ । ଏଥିରେ ସରକାରଙ୍କ ପକ୍ଷରୁ ଜାରୀ କଟକଣାର ତର୍ଜମା କରି ନିଷ୍ପତ୍ତି ଗ୍ରହଣ କରାଯିବ । ସରକାର ମୂଳ କଟକଣାରୁ ହଟିନଥିବାରୁ କମିଟି କି ନିଷ୍ପତ୍ତି ଗ୍ରହଣ କରିବ ତା’ଉପରେ ରହିଛି ନଜର । ମଣ୍ଡପରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବଢ଼ିଲେ କେମିତି ବଢ଼ିବ କରୋନା? ଏ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଧାୟକ ତଥା କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ । କରୋନା ପାଇଁ ଗତବର୍ଷ ଭଳି  ଏ ବର୍ଷ ବି କଟକଣା ସହ ପୂଜା ଲାଗି ସରକାରଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖି ପ୍ରଭାତ କହିଛନ୍ତି ଯେ ମୂର୍ତ୍ତି ଉଚ୍ଚତାକୁ ନେଇ ସରକାରଙ୍କ ସହ ୨ ଘଣ୍ଟା ଆଲୋଚନା ହୋଇଥିଲା ।

ମୂର୍ତ୍ତିର ଉଚ୍ଚତା ସହ ସଂକ୍ରମଣର ସମ୍ପର୍କ ନାହିଁ ବୋଲି ବୁଝାଇ ଦିଆଯାଇଥିଲା । ହେଲେ ଶୁକ୍ରବାର ସରକାର ନେଇଥିବା ନିଷ୍ପତ୍ତିର କାରଣ ସମ୍ପର୍କରେ ଜାଣିବା ସମ୍ଭବ ହେଉନି । ସେପଟେ ବର୍ତ୍ତମାନ ପ୍ରସଙ୍ଗ ଆଉ ପୂଜା ଓ ଶାନ୍ତି କମିଟିରେ ସୀମିତ ରହିନାହିଁ, ଶାନ୍ତି କମିଟିକୁ ପଛରେ ପକାଇ ବହୁ ସଂଗଠନ ଆଗକୁ ଆସିଗଲେଣି ଏବଂ ସାଧାରଣ ଲୋକେ ବି ଆନ୍ଦୋଳନକୁ ଓହ୍ଲାଉଥିବା କହିଛନ୍ତି ପ୍ରଭାତ । ତେବେ ଆଜି  ଶାନ୍ତି କମିଟି ଓ ପୂଜା କମିଟିର ମିଳିତ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି । ତେଣେ ସରକାର ଅଗଷ୍ଟ ଗାଇଡଲାଇନ କାଏମ୍ ରଖିଥିବାରୁ ବିଜେପି ଏହାକୁ ଜୋରଦାର ବିରୋଧ କରିଛି । ଦଳ ଆସନ୍ତା ୧୩ ତାରିଖରେ କଟକ ସହର ବନ୍ଦ ନିଷ୍ପତ୍ତିରେ ଅପରିବର୍ତ୍ତିତ ଥିବା କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking