27.1 C
Bhubaneswar
Thursday, April 25, 2024
Homeଓଡିଶାଟିକାକରଣ ସଂଖ୍ୟା ଅଢ଼େଇ କୋଟି ପାର୍ : ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଟିକାକରଣ ସଂଖ୍ୟା ଅଢ଼େଇ କୋଟି ପାର୍ : ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ଟିକାକରଣ ସଂଖ୍ୟା ଅଢ଼େଇ କୋଟି ପାର୍ କରିଛି । ଦ୍ରୁତଗତିରେ ଟିକାକରଣ ସଂଖ୍ୟା ବୃଦ୍ଧିପାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ  ଟ୍ୱିଟ୍‌କରି ଧନ୍ୟବାଦ ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଏଣିକି ଦୈନିକ ସାଢ଼େ ୩ଲକ୍ଷ ଟିକା ପରିବର୍ତ୍ତେ ୪ଲକ୍ଷ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଏବେସୁଦ୍ଧା ୬୦% ପ୍ରଥମ ଡୋଜ୍ ଟିକାକରଣ ସରିଛି । କେନ୍ଦ୍ରର ଟିକା ଯୋଗାଣ ଅନୁସାରେ ଟିକାକରଣ ହେଉଛି । ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କୋଭିଡ୍ ଟିକାକରଣର ଦୈନିକ ସଂଶୋଧିତ ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି ।

ଦୈନିକ ସଂଶୋଧିତ ଟାର୍ଗେଟ୍ ଅନୁସାରେ, ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୩୫ହଜାର, ମୟୂରଭଞ୍ଜକୁ ୨୪ହଜାର, ପୁରୀକୁ ୨୬ହଜାର, ସୁନ୍ଦରଗଡ଼କୁ ୨୧ହଜାର, ବାଲେଶ୍ୱରକୁ ୨୫ହଜାର, କଟକ ଜିଲ୍ଲାକୁ ୨୫ହଜାର, ଯାଜପୁରକୁ ୨୦ହଜାର, ବଲାଙ୍ଗିରକୁ ୧୫ହଜାର, ଖୋର୍ଦ୍ଧାକୁ ୧୨ହଜାର ଓ ଭୁବନେଶ୍ୱର ମହାନଗର ନିଗମକୁ ୭ହଜାର ଡୋଜ୍ ଟିକା ଦୈନିକ ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨କୋଟି ୫୧ଲକ୍ଷ ୭ହଜାର ୬୧୧ଟି ଡୋଜ୍ ଟିକାକରଣ ହୋଇସାରିଛି । ସେଥିମଧ୍ୟରୁ ୧କୋଟି ୮୮ଲକ୍ଷ ୭୬ହଜାର ୮୭ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ୬୨ଲକ୍ଷ ୩୧ହଜାର ୫୨୪ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଶନିବାର ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ରେ ଟିକାକରଣ ବନ୍ଦରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking