27.1 C
Bhubaneswar
Tuesday, May 7, 2024
Homeଓଡିଶା୨ ଦିନ ପ୍ରବଳ ବର୍ଷିବ

୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗର କେନ୍ଦ୍ରୀୟ ସ୍ଥଳରୁ ବାୟୁମଣ୍ଡଳ ଦେଇ ଲମ୍ବିଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଜି ଏହା ଲଘୁଚାପ ରୂପ ନେବା ସହ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ । ଫଳରେ ଓଡ଼ିଶାର ଏକାଧିକ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା ରହିଛି । ଶନିବାର ଉତ୍ତର ତଥା କେନ୍ଦ୍ରୀୟ ଉପକୂଳବର୍ତ୍ତୀ ୭ ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ବେଳେ ରବିବାର ଓ ସୋମବାର ରାଜ୍ୟରେ ବାଦଲ ଫଟା ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପ୍ରକାଶ କରିଛି । ଶନିବାର ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ତା’ର ପ୍ରଭାବ ଅଧିକ ରହିବ । ୧୨ ତାରିଖ ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି । ଏନେଇ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ନୟାଗଡ଼, ଭଦ୍ରକ ଓ ଯାଜପୁର ପାଇଁ ଅରେଞ୍ଜ ୱର୍ଣ୍ଣିଂ ଜାରି ହୋଇଛି । ଏହାଛଡ଼ା ଏହିଦିନ ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୩ ତାରିଖରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି, ଆସନ୍ତା ୧୫ ତାରିଖ ଯାଏ ଭାରୀ ବର୍ଷା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking