29.1 C
Bhubaneswar
Saturday, April 27, 2024
Homeଖେଳପାକ୍ ଖେଳାଳି ମହମ୍ମଦ ନୱାଜ୍‌ଙ୍କୁ କରୋନା

ପାକ୍ ଖେଳାଳି ମହମ୍ମଦ ନୱାଜ୍‌ଙ୍କୁ କରୋନା

ଲାହୋର: ପାକିସ୍ତାନ ସ୍ପିନ୍ ବୋଲର୍ ମହମ୍ମଦ ନୱାଜ୍ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର କୋଭିଡ୍‌-୧୯ ପ୍ରୋଟୋକଲ୍ ଅନୁସାରେ ୧୦ ଦିନିକିଆ କ୍ୱାରେଣ୍ଟାଇନ୍ କରାଯାଇଛି । ପିସିବି ପକ୍ଷରୁ ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି । ୧୭ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର୍ ସିରିଜ୍ ପାଇଁ ୧୭ ଜଣିଆ ପାକିସ୍ତାନ ଦଳର ସଦସ୍ୟ ଥିଲେ । ଉଭୟ ଟିମ୍ ମଧ୍ୟରେ ସେପ୍ଟେମ୍ବର ୧୭, ୧୯ ଓ ୨୧ ତାରିଖରେ ରାୱଲପିଣ୍ଡିରେ ଦିନିକିଆ ସିରିଜ୍ ହେବ ।ସେହିପରି ସେପ୍ଟେମ୍ବର, ୨୫, ୨୬, ୨୯, ଅକ୍ଟୋବର ୧ ଓ ୩ ତାରିଖରେ ଲାହୋରରେ ଟି-୨୦ ସିରିଜ୍ ଖେଳାଯିବ । ଦଳର ଅନ୍ୟ ସମସ୍ତ ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ସେମାନେ ଶୁକ୍ରବାରଠାରୁ ରାୱଲପିଣ୍ଡିରେ ପ୍ରଥମ ଟ୍ରେନିଂ ସେସନ୍‌ରେ ଭାଗ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking