27.1 C
Bhubaneswar
Wednesday, May 8, 2024
Homeଓଡିଶା୧୩ରୁ +୩ ପ୍ରଥମ ବର୍ଷ ନାମଲେଖା ଆରମ୍ଭ

୧୩ରୁ +୩ ପ୍ରଥମ ବର୍ଷ ନାମଲେଖା ଆରମ୍ଭ

୨୧ରେ ୨ୟ ପର୍ଯ୍ୟାୟ ମେଧା ତାଲିକା
ଭୁବନେଶ୍ୱର:  ୨୦୨୧-୨୨ ଶିକ୍ଷାବର୍ଷ ଲାଗି +୩ ନାମଲେଖା ପାଇଁ କଟଅଫ୍ ମାର୍କ ପ୍ରକାଶିତ ହେବା ପରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୧୩ ତାରିଖରୁ ଆରମ୍ଭ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।  ରାଜ୍ୟରେ ମୋଟ୍ ୧୦୨୨ଟି ଡିଗ୍ରୀ କଲେଜ ରହିଛି । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଏବଂ ସେଲ୍ଫଫାଇନାନ୍ସ ପାଠ୍ୟକ୍ରମରେ ନାମଲେଖା ଲାଗି ମୋଟ୍ ୨ଲକ୍ଷ ୬୨ହଜାର ୨୬୩ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଲକ୍ଷ ୪୩ହଜାର ୫୨୨ଜଣ ଛାତ୍ରଛାତ୍ରୀ ଅନ୍‌ଲାଇଡ଼୍ ମାଧ୍ୟମରେ ଆବେଦନ କରିଛନ୍ତି ।  ସେହିପରି ୨ଲକ୍ଷ ୪୧ହଜାର ୯୨୧ଜଣ ଛାତ୍ରଛାତ୍ରୀ ଅନ୍‌ଲାଇଡ଼୍ ମାଧ୍ୟମରେ ଫି’ ପୈଠ କରିସାରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ  ୧,୬୮,୫୩୭ ଜଣ ଛାତ୍ରଛାତ୍ରୀ  ନାମଲେଖା ପାଇଁ  ସୁଯୋଗ ପାଇବେ । ସେମାନଙ୍କ ମଧ୍ୟରୁ କଳାରେ ୧ଲକ୍ଷ ୨ହଜାର ୨୯୨ଜଣ ଚୟନ ହୋଇଥିବା ବେଳେ ସେଲ୍‌ଫ ଫାଇନାନ୍ସ କୋର୍ସ ପାଇଁ ୧୧୩୫, ବାଣିଜ୍ୟ ବିଭାଗରେ ୧୭୬୩୪, ସଂସ୍କୃତ ଷ୍ଟ୍ରିମ୍‌ରେ ୩୭୮୮, ପଦାର୍ଥ ବିଜ୍ଞାନ ଷ୍ଟ୍ରିମ୍‌ରେ ୨୫,୩୫୦ ଏବଂ ବାୟୋଲଜି ଷ୍ଟ୍ରିମ୍‌ରେ ୧୮,୩୩୮ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ଲାଗି ମନୋନୀତ କରାଯାଇଛି । ସେହିପରି ୨ୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା ୨୧ତାରିଖରେ ପ୍ରକାଶ ପାଇବ ।

ଯେଉଁ ଡିଗ୍ରୀ କଲେଜରେ ସିଟ ଖାଲି ରହିଥିବ ସେଥିରେ ୨ୟ ପର୍ଯ୍ୟାୟ ନାମଲେଖା ୨୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ୨ୟ ପର୍ଯ୍ୟାୟ ନାମଲେଖା ପରେ ଯଦି ପୁଣି ସିଟ୍ ବଳକା ପଡ଼େ ତେବେ ସେଥିପାଇଁ ସ୍ପଟ୍ ନାମଲେଖା କରାଯିବ । ମାତ୍ର ସ୍ପଟ୍ ନାମଲେଖା ଲାଗି ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ସ୍ପଟ ତାରିଖ ଧାର୍ଯ୍ୟ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ନାମଲେଖା ଲାଗି ସ୍ୱତନ୍ତ୍ର ଗାଇଡଲାଇନ୍ ଆଜି ଜାରି କରାଯାଇ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking