31.1 C
Bhubaneswar
Sunday, May 19, 2024
Homeଅପରାଧଆଉ ଏକ ନିର୍ଭୟା : ନର ରାକ୍ଷାସମାନେ ମହିଳାଙ୍କୁ ଦୁଷ୍କର୍ମ କରି ପ୍ରାଇଭେଟ୍ ପାର୍ଟରେ ପୁରାଇଲେ...

ଆଉ ଏକ ନିର୍ଭୟା : ନର ରାକ୍ଷାସମାନେ ମହିଳାଙ୍କୁ ଦୁଷ୍କର୍ମ କରି ପ୍ରାଇଭେଟ୍ ପାର୍ଟରେ ପୁରାଇଲେ ରଡ

ମୁମ୍ବାଇ:  ଦେଶ ନିର୍ଭୟା ଘଟଣାକୁ ଭୁଲିନାହିଁ । ନିର୍ଭୟା ମାମଲାରେ ଦୋଷୀ ଅପରାଧୀଙ୍କ ପ୍ରତି ଦେଶବାସୀଙ୍କ ମନରେ ସୃଷ୍ଟି ହୋଇଥିବା ଘୃଣା ଏଯାଏ ଶାନ୍ତ ହୋଇନାହିଁ । ନିର୍ଭୟାକାଣ୍ଡର ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀର ଫାଶୀକୁ ଏଯାଏ ଦୁଇବର୍ଷ ପୁରିନାହିଁ କି ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇରେ ଛାତିକୁ ଥରାଇ ଦେବା ଭଳି ଘଟଣା ଘଟିଛି । ଦିଲ୍ଲୀର ନିର୍ଭୟା କାଣ୍ଡର ୯ ବର୍ଷ ପରେ ଆଉ ଏକ ନିର୍ଭୟା ମୁମ୍ବାଇ ସହରରେ ଦୁର୍ବୃତ୍ତଙ୍କ ଶିକାର ହୋଇଛନ୍ତି । ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତ ଜଣଙ୍କ ରଡ୍ ଭର୍ତ୍ତି କରି ଦେଇଛି । ମହିଳାଙ୍କୁ ଘଟଣା ପରେ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଏହି ଘଟଣା ପରେ ଦେଶରେ ନିର୍ଭୟାମାନଙ୍କୁ ସୁରକ୍ଷା ଯୋଗାଇଦେବାକୁ କରାଯାଉଥିବା ସମସ୍ତ ଦାବି ଉପରେ ପ୍ରଶ୍ନବାଚୀ ଠିଆ କରିଛି । ଏହାକୁ ନେଇ ସମଗ୍ର ଦେଶରେ ଅସନ୍ତୋଷର ନିଆଁ ଉଠିବା ଆରମ୍ଭ ହୋଇଛି ।

ସାମାଜିକ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ମୁମ୍ବାଇର ସକିନାକା ଅଞ୍ଚଳରେ ଏପରି ଘଟଣା ଘଟିଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ହେଲେ ଘଟଣାରେ ଆଉ କିଛି ଲୋକ ସାମିଲ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି । ସକିନାକର ଖାଇରାନି ରାସ୍ତାରେ ଏହି ଘଟଣା ଘଟିଥିବାରୁ ଡିସିପି ଓ ଅତିରିକ୍ତ କମିଶନର ସେଠାକୁ ଯାଇ ଯାଞ୍ଚ କରିଛନ୍ତି । ମୁଖ୍ୟ କଣ୍ଟ୍ରୋଲ ରୁମକୁ ରାତି ପ୍ରାୟ ୩.୩୦ରେ ଗୋଟିଏ ଫୋନ୍ କଲ୍ ଆସିଥିଲା । ଜଣେ ମହିଳା ରକ୍ତାକ୍ତ ଅବସ୍ଥାରେ ରାସ୍ତାକଡ଼ରେ ଅଚେତ ଅବସ୍ଥାରେ ପଡ଼ିରହିଥିବା ଫୋନ୍ ଯୋଗେ ସୂଚନା ମିଳିବାରୁ ଗୋଟିଏ ପୋଲିସ ଟିମ୍ ତୁରନ୍ତ ସେଠାରେ ପହଞ୍ଚିଥିଲା । ଅଚେତ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଘାତକପୋରାରେ ଥିବା ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ଅବସ୍ଥା ଏବେ ବି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking