30.1 C
Bhubaneswar
Wednesday, May 1, 2024
Homeଓଡିଶାଆଜି ପବିତ୍ର ରାମ ନବମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ଆଜି ପବିତ୍ର ରାମ ନବମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ଭୁବନେଶ୍ୱର : ଆଜି ମର୍ଯ୍ୟଦପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥି। ଧର୍ମର ପ୍ରତୀକ, ଏକତାର ଆଦର୍ଶ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର। ରାମ ନାମ ଧ୍ବନିରେ କମ୍ପୁଛି ମନ୍ଦୀର। ଏହି ଅବସରରେ ଶ୍ରୀମନ୍ଦିରରେ ରାମ ଜନ୍ମନୀତି ଅନୁଷ୍ଠିତ ହୋଇଛି । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମ ଦେବେ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ପାଇଁ ଅଷ୍ଟମୀ ଦିନ ସଂଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ ଭୋଗ କରାଯାଇ ଗର୍ଭଉଦକ ଦିଆଯାଇଥିଲା । ଏବଂ ଆଜି ଠାକୁରଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବାପରେ ଜନ୍ମନୀତି ଅନୁଷ୍ଠିତ ହେବ । ଓ ୨ ଜଣ ମହାନ ସେବକ ଦଶରଥ ଓ କୈାଶଲ୍ୟା ହୋଇ ଜନ୍ମବିଧି ପାଳନ କରିବେ । ଆଉ ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା , ସୀତାବିବାହ ସହ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ପାଳନ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking