30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶବିଗ ବିଙ୍କୁ ସମ୍ମାନିତ କରାଯିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ ସମ୍ମାନରେ

ବିଗ ବିଙ୍କୁ ସମ୍ମାନିତ କରାଯିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ ସମ୍ମାନରେ

ମୁମ୍ବାଇ : ବଲିଉଡର ମେଗା ଷ୍ଟାର ତଥା ୮୧ ବର୍ଷୀୟ ଅମିତାଭ ବଚ୍ଚନଙ୍କୁ ଆସନ୍ତା ୨୪ ତାରିଖରେ ଦିନାନାଥ ମଙ୍ଗେସକର ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ମଙ୍ଗେସକର ପରିବାର ପକ୍ଷରୁ ଗତକାଲି ଘୋଷଣା କରାଯାଇଛି। ଲତା ମଙ୍ଗେସକରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଉଛି। ଦେଶ ତଥା ଜାତି ନିମନ୍ତେ ଉଲ୍ଲେଖନୀୟ କାମ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତି ବର୍ଷ ଏହି ସମ୍ମାନରେ ସମ୍ମାନିତ କରାଯାଇଥାଏ। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏଥିସହ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସୁପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ଏ.ଆର ରେହମାନଙ୍କୁ ଦିନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ । ଏଥିସହ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ ନିମନ୍ତେ ଊରରକ୍ଟ୍ରଗ୍ଦଗ୍ଧବଜ୍ଞଭଷ ୠକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ ଗବଦ୍ଭକ୍ଟଭବକ୍ଷଗ୍ଦଭକୁ ବି ଏହି ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷର ଶ୍ରେଷ୍ଠ ଡ୍ରାମା ଭାବେ “ଏବକ୍ଷସଭ”କୁ ବିବେଚନା କରାଯାଇଥିବା ବେଳେ ମଙ୍ଗେସକର ପରିବାର ପକ୍ଷରୁ ଏହାକୁ ସମ୍ମାନିତ କରାଯିବ ।
ସାହିତ୍ୟ ସାଧନା ପ୍ରତି ନିଜ ଜୀବନ ଉତ୍ସର୍ଗ କରିଥିବା ମରାଠି ଲେଖକ ମଞ୍ଜିରି ପାଢକେଙ୍କୁ ମାଷ୍ଟର ଦିନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ । ଏଥିସହ ଅଭିନେତା ରଣଦୀପ ହୁଦାଙ୍କୁ ସିନେମା ପ୍ରତି ଉଲ୍ଲେଖନୀୟ କାମ ନିମନ୍ତେ ବିଶେଷ ପୁରସ୍କାର ପ୍ରଦାନ କରାଯିବ । ଏହାବାଦ ଭେଟରାମ ଅଭିନେତା ଅଶୋକ ସରାଫ ଓ ପଦ୍ମିନୀ କୋହ୍ଲାପୁରୀଙ୍କୁ ମଧ୍ୟ ସିନେମା ପ୍ରତି ଜୀବନବ୍ୟାପି ଉତ୍ସର୍ଗ ନିମନ୍ତେ ମାଷ୍ଟର ଦିନାନାଥ ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking