33.1 C
Bhubaneswar
Tuesday, April 30, 2024
Homeଓଡିଶାବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା; ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢିବେ ନବୀନ

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା; ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢିବେ ନବୀନ

ଭୁବନେଶ୍ୱର : ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା । ରେଢାଖୋଲ ଓ ସମ୍ବଲପୁର ଘୋଷିତ ପ୍ରାର୍ଥୀ ବଦଳିଲେ । ରୋହିତ ପୂଜାରୀଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରସନ୍ନଙ୍କ ସ୍ଥାନରେ ରୋହିତ ଲଢିବେ । ପୂର୍ବରୁ ପ୍ରସନ୍ନ ଙ୍କ ନାମ ସମ୍ବଲପୁର ପାଇଁ ଘୋଷଣା କରାଯାଇଥିଲା, ହେଲେ ଏହାକୁ ନେଇ ସେ ଅପ୍ରସନ୍ନ ଥିଲେ । ଏଥିନେଇ ସେ ନବୀନ ନିବାସ ଆସି ତାଙ୍କ ଅସନ୍ତୋଷ ଜଣାଇଥିଲେ। କୁହାଯାଏ ସେ କୁଆଡେ ସୁପ୍ରିମୋଙ୍କୁ ଜଣାଇଥିଲେ ଯେ ରେଢ଼ାଖୋଲ ନଦେଲେ  ସେ ନିର୍ବାଚନ ଲଢ଼ିବେ ନାହିଁ। ୪ ବିଧାୟକଙ୍କ ଟିକେଟ୍ କାଟିଛି ବିଜେଡି । ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ଟିକେଟ୍ ଦେଲାନି । ନିମାପଡ଼ାରେ ପ୍ରାର୍ଥୀ ବଦଳାଇଲା ବିଜେଡି। ସମୀର ଦାସଙ୍କ ଜାଗାରେ ଦିଲ୍ଲୀପ ନାୟକ ହେଲେ ପ୍ରାର୍ଥୀ ।

ସେହିପରି କୁଚିଣ୍ଡାରେ କିିଶୋର ନାୟକଙ୍କୁ ବି ଟିକେଟ୍ ଦେଲାନି ବିଜେଡି । କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ଟିକେଟ୍ ଦେଇଛି । ସେହିପରି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ୍ ବି ବିଜେଡି କାଟିଲା । ବାକାଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକ ହେଲେ ବିଜେଡି ପ୍ରାର୍ଥୀ । ସେହିପରି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଟିକେଟ୍ କାଟି ତାଙ୍କ ପତ୍ନୀ  ସଂଯୁକ୍ତା ସିଂହଙ୍କୁ ଦଳ ପ୍ରାର୍ଥୀ କରିଛି । ୨୦୧୯ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଏଥର ହିଞ୍ଜିଳି ସହ ନୂଆଭାବେ ପଶ୍ଚିମ ଓଡିଶା କଣ୍ଟାବାଞ୍ଜି ରୁ ଲଢ଼ିବେ ସେ ।

ଆଜି ବିଜେଡି ପଞ୍ଜମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୧ଜଣ ପ୍ରାର୍ଥୀଙ୍କ ନାଁ ରହିଛି । କିନ୍ତୁ 9 ଜଣ ନୂଆ ନାମ ଘୋଷଣା କରାଯାଇଛି,। ଏହି 9 ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ସ୍ଥାନ ପାଇଛନ୍ତି ।
କିଏ କେଉଁ ଆସନରୁ ପ୍ରାର୍ଥୀ ଜାଣନ୍ତୁ …
ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ
କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
ପଦ୍ମପୁର- ଶ୍ରୀମତୀ ବର୍ଷାସିଂହ ବରିହା
କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ
ଦେବଗଡ଼- ଶ୍ରୀମତୀ ଅରୁନ୍ଧତୀ କୁମାରୀ ଦେବୀ
ଅନୁଗୁଳ- ଶ୍ରୀମତୀ ସଂଯୁକ୍ତା ସିଂହ
ନିମାପଡ଼ା- ଦିଲ୍ଲୀପ କୁମାର ନାୟକ
ସାନଖେମୁଣ୍ଡି- ମିସ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଜୟପୁର- ଡ. ଇନ୍ଦିରା ନନ୍ଦ
ରେଢ଼ାଖୋଲ- ପ୍ରସନ୍ନ ଆଚାର୍ଯ୍ୟ
ସମ୍ବଲପୁର- ରୋହିତ ପୂଜାରୀ

ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking