31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶବାଳକ ରାମଲାଲାଙ୍କ ଲଲାଟରେ ଝଲସିଲା ସୂର୍ଯ୍ୟ ତିଲକ

ବାଳକ ରାମଲାଲାଙ୍କ ଲଲାଟରେ ଝଲସିଲା ସୂର୍ଯ୍ୟ ତିଲକ

ନୂଆଦିଲ୍ଲୀ : ଅପୂର୍ବ ଦୃଶ୍ୟ । ବୈଜ୍ଞାନିକ ମାନଙ୍କର ଚମତ୍କାରିତା ପ୍ରତିପାଦିତ ହେଲା । ଆଜି ପବିତ୍ର ରାମ ନବମୀ ରାମଙ୍କ ଜନ୍ମ ଦିନରେ ଠିକ ୧୨ ଟାରେ ପଡିଲା ଲଲାଟରେ ସୂର୍ଯ୍ୟ କିରଣ । ବାଳକ ରାମ ଲାଲାଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟ ତିଳକ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ରାମନବମୀ ପାଳନ ହେବାକୁ ଯାଉଥିବା ବେଳେ ଏହି ଦିବ୍ୟ ମୁହୂର୍ତ୍ତକୁ ଆହୁରି ଭବ୍ୟ କରିଦେଇଛି, ବାଲକ ରାମଙ୍କ ସୂର୍ଯ୍ୟାଭିଷେକ ବା ସୂର୍ଯ୍ୟ ତିଳକ। ସୂର୍ଯ୍ୟ କିରଣରେ ଝଲସି ଉଠିଛି ଶ୍ରୀ ବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ପ୍ରାୟ ୫ ମିନିଟ ଯାଏଁ ରାମଲାଲାଙ୍କ ଲଲାଟରେ ୭୫ ମିଲିମିଟର ଆକାରର ଏକ ଗୋଲାକାର କିରଣ, ତିଳକ ଭାବେ ଶୋଭା ପାଇଛି। ଏହି ବୈଜ୍ଞାନିକ ପଦ୍ଧତି ପାଇଁ ଉନ୍ନତ ଦର୍ପଣ, ଲେନ୍ସ ଓ ଅଷ୍ଟଧାତୁ ନିର୍ମିତ ସ୍ୱତନ୍ତ୍ର ପାଇପ ସହାୟତା ନିଆଯାଇଛି। ଅପଟି-ମେକାନିକାଲ ସିଷ୍ଟମର ପ୍ରୟୋଗରେ କରାଯାଇ ଏହି ସୂର୍ଯ୍ୟ ତିଲକ ପାଇଁ ପ୍ରୟାସ କରାଯାଇଥିଲା। ତେବେ ଓଡିଶା ପାଇଁ ଗୌରବର କଥା ହେଉଛି ଏହି ପ୍ରୋଜେକ୍ଟର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ଜଣେ ଓଡିଆ ବୈଜ୍ଞାନିକ ଡକଟର ସରୋଜ ପାଣିଗ୍ରାହୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking