41.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପବିତ୍ର ରାମନବମୀ । ଏହି ଅବସରରେ ସମଗ୍ରୀ ଦେଶରେ ଉତ୍ସବର ମାହୋଲ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାରା ଦେଶରେ ଥିବା ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି । ଏହା ସହିତ ଏହି ଖାସ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ଯ ଟ୍ଵିଟ୍ କରି ଦେଶବାସୀଙ୍କୁ ରାମନବମୀର ଅଭିନନ୍ଦନ ଜଣାଇଛନ୍ତି । ପିଏମ୍ ମୋଦି ନିଜ ଟ୍ଵିଟରେ ଲେଖିଛନ୍ତି, ‘ଏହା ହେଉଛି ପ୍ରଥମ ରାମନବମୀ, ଯେତେବେଳେ କି, ଅଯୋଧ୍ୟାର ଭବ୍ୟ ତଥା ଦିବ୍ୟ ରାମମନ୍ଦିରରେ ଆମର ରାମଲାଲା ବିରାଜମାନ ହୋଇସାରିଛନ୍ତି । ରାମନବମୀର ଏହି ଉତ୍ସବରେ ଆଜି ଅଯୋଧ୍ୟା ବହୁତ ଆନନ୍ଦରେ ଅଛି । ୫ ଶତାବ୍ଦୀର ପ୍ରତୀକ୍ଷା ପରେ ଆଜି ଆମକୁ ଅଯୋଧ୍ୟାରେ ରାମନବମୀ ଏହି ପ୍ରକାରେ ପାଳନ କରିବାର ସୌଭାଗ୍ୟ ମିଳିଛି । ଏହା ହେଉଛି ଦେଶବାସୀଙ୍କର ଏତେ ବର୍ଷର କଠିନ ତପସ୍ୟା, ତ୍ୟାଗ ଏବଂ ବଳିଦାନର ସୁଫଳ’ । ଅନ୍ୟ ଏକ ଟ୍ଵିଟ୍‌ରେ ମୋଦି କହିଛନ୍ତି, ‘ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ଯେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ ଏବଂ ଆଦର୍ଶ ଏକ ବିକଶିତ ଭାରତ ଗଠନରେ ସଶକ୍ତ ଆଧାର ହେବ । ତାଙ୍କର ଆଶୀର୍ବାଦ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପକୁ ଏକ ନୂତନ ଶକ୍ତି ପ୍ରଦାନ କରିବ । ଭଗବାନ ଶ୍ରୀରାମଙ୍କ ଚରଣରେ କୋଟି କୋଟି ପ୍ରଣାମ ଏବଂ ବନ୍ଦନ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking