30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶ ନୂଆ ସଂସଦ ଭବନ ଉଦ୍‌ଘାଟନ ସମାରୋହକୁ ବହିଷ୍କାର କରିବ ଟିଏମ୍‌ସି

 ନୂଆ ସଂସଦ ଭବନ ଉଦ୍‌ଘାଟନ ସମାରୋହକୁ ବହିଷ୍କାର କରିବ ଟିଏମ୍‌ସି

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ପାଟି (ଟିଏମ୍‌ସି) ନୂଆ ସଂସଦ ଭବନର ଉଦ୍‌ଘାଟନ ସମାରୋହକୁ ବହିଷ୍କାର କରିବ । ଲୋକସଭାରେ ଟିଏମ୍‌ସି ନେତା ସୁଦୀପ୍ ବନ୍ଦୋପାଧ୍ୟାୟ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍‌ଳା ମେ ୨୮ ତାରିଖରେ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ । ଟିଏମ୍‌ସି ସାଂସଦ ସୌଗତ ରାୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦ୍‌ଘାଟନକୁ ଆମେ ବିରୋଧ କରୁଛୁ । ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହାର ବିରୋଧ କରିଥିଲେ ।

ନୂଆ ସଂସଦ ଭବନର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୁହେଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ହେବା ଉଚିତ ବୋଲି ରାହୁଲ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍‌ରେ ଲେଖିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଉଦ୍‌ଘାଟନ ତାରିଖକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ କହିଛି, ମେ ୨୮ ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାଭରକରଙ୍କ ଜୟନ୍ତୀ । ଏହି ଦିନ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବା ରାଷ୍ଟ୍ର ନିର୍ମାତାଙ୍କ ପ୍ରତି ଅପମାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking