37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଅଧିକାରୀଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର୍‌କୁ ନେଇ ଅଧ୍ୟାଦେଶ; କେଜରିୱାଲ୍‌ଙ୍କୁ ମିଳିଲା ମମତାଙ୍କ ସମର୍ଥନ

ଅଧିକାରୀଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର୍‌କୁ ନେଇ ଅଧ୍ୟାଦେଶ; କେଜରିୱାଲ୍‌ଙ୍କୁ ମିଳିଲା ମମତାଙ୍କ ସମର୍ଥନ

କୋଲ୍‌କାତା : ଅଧିକାରୀଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର୍ ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଅଧ୍ୟାଦେଶ ବିରୋଧୀ ଲଢ଼େଇରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ମିଳିଛି । ମଙ୍ଗଳବାର କୋଲ୍‌କାତାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ ଅରବିନ୍ଦ କେଜରିୱାଲ୍ ମମତାଙ୍କ ସହିତ ପ୍ରାୟ ଏକ ଘଣ୍ଟାର ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏହାପରେ ଏକ ମିଳିତ ପ୍ରେସ୍ କନ୍‌ଫରେନ୍ସରେ ଅଧ୍ୟାଦେଶକୁ ନେଇ କେଜରିୱାଲ୍‌ଙ୍କୁ ସମର୍ଥନ କରୁଛନ୍ତି ବୋଲି ମମତା କହିଥିଲେ ।

ସେ କହିଥିଲେ ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଅଧ୍ୟାଦେଶକୁ ନେଇ ବିଲ୍ ଆଣିଲେ ତାର ବିରୋଧ କରିବୁ । ଅଧ୍ୟାଦେଶକୁ ବିରୋଧ କରିବା ପାଇଁ ମମତା ଅନ୍ୟ ଦଳଗୁଡ଼ିକୁ ମଧ୍ୟ ନିବେଦନ କରିଥିଲେ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ମମତା କହିଥିଲେ, ସେ କ’ଣ ଭାବୁଛନ୍ତି ଆମେ ତାଙ୍କ ଚାକର? ବିଜେପି ସମ୍ବିଧାନ ସହିତ ଦେଶର ନାଁ ବଦଳାଇ ଦେଇପାରେ ବୋଲି ମମତା ଚିନ୍ତାବ୍ୟକ୍ତ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ସମ୍ବିଧାନକୁ ଧ୍ୱଂସ କରିଦେବାକୁ ଚାହୁଁଛି । କେବଳ ସୁପ୍ରିମ୍‌କୋର୍ଟ ହିଁ ଦେଶକୁ ବଞ୍ଚାଇପାରିବେ ।

ଏହା ପୂର୍ବରୁ ସୋମବାର କଂଗ୍ରେସ ପାର୍ଟି କେଜରିୱାଲଙ୍କୁ ସମର୍ଥନ କରିଥିଲା । ପାର୍ଟି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଥିଲେ, ସଂସଦର ମୌସୁମୀ ଅଧିବେଶରେ କେନ୍ଦ୍ରର ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରିବ । ଆମେ ଆମ୍ ଆଦ୍‌ମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ସହିତ ରହିଛୁ । କେଜରିୱାଲ୍ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ନେଇ ବିରୋଧୀ ଦଳଙ୍କ ସମର୍ଥନ ପାଇଁ ଅଭିଯାନ ଚଳାଇଛନ୍ତି ।

ସେ ୨୪ ଓ ୨୫ ତାରିଖରେ ମୁମ୍ବାଇ ଗସ୍ତ କରି ସେଠାରେ ଉଦ୍ଧବ ଠାକ୍‌ରେ ଓ ଏନ୍‌ସିପି ନେତା ଶରଦ ପାୱାର୍‌ଙ୍କୁ ଭେଟିବେ । କେଜରିୱାଲ୍‌ଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍‌, ଆପ୍ ନେତା ସଞ୍ଜୟ ସିଂହ, ରାଘବ ଚଢ଼ା ଏବଂ ଆତିଶୀ ମଧ୍ୟ କୋଲ୍‌କାତା ଗସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking