32.1 C
Bhubaneswar
Friday, April 26, 2024
Homeଜୀବନଶୈଳୀମୁଣ୍ଡ ବିନ୍ଧାରୁ ଉପଶମ ପାଇବେ କିପରି

ମୁଣ୍ଡ ବିନ୍ଧାରୁ ଉପଶମ ପାଇବେ କିପରି

ଭୁବନେଶ୍ୱର : ମୁଣ୍ଡ ବିନ୍ଧା ଆଜିକାଲି ପ୍ରାୟ ସବୁ ବୟସର ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳୁଛି । ଏଥିରୁ ମୁକ୍ତି ପାଇବା ପାଇଁ କିଏ ମେଡିସିନ ଖାଉଛି ତ ଆଉ କିଏ ଯୋଗ, ପ୍ରାଣାୟାମ କରୁଛି । ହେଲେ କିଛି ଦିନ ପରେ ପୁଣି ଯାହାକୁ ସେୟା । ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ଏକ ସହଜ ଉପାୟ କହିବୁ । ଯାହାକୁ ଆପଣେଇବା ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଖାଲି ମୁଣ୍ଡ ବିନ୍ଧା ନୁହେଁ, ବରଂ ଅନ୍ୟ ରୋଗ ପାଇଁ ମଧ୍ୟ ଏହା ବେଶ ଉପକାରୀ ।
ମୁଣ୍ଡ ବିନ୍ଧା ହେଲେ କଳା ଜିରାର ତେଲ ମୁଣ୍ଡରେ ଲଗାନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ। ଯଦି ଦାନ୍ତ ବିନ୍ଧା ହେଉଛି ତାହାଲେ ମଧ୍ୟ ଆପଣ କଳା ଜିରାକୁ ବ୍ୟବହାର କରି ଏଥିରୁ ମୁକ୍ତି ପାଇ ପାରିବେ। ଆପଣ ଗରମ ପାଣିରେ କଳା ଜିରା ତେଲର କିଛି ବୁନ୍ଦା ପକାଇ ସେହି ପାଣିକୁ କୁଳି କରନ୍ତୁ। ଏହା ଆପଣଙ୍କୁ ଦାନ୍ତ ସମସ୍ୟାରୁ ଆରାମ ଦେବ। କଳା ଜିରା ଆମର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ଡାଇରିଆ, ଏସିଡିଟି, ପେଟ ଦରଜ, ପେଟ କାଟିବା ଇତ୍ୟାଦି ସମସ୍ୟା ହେଲେ କଳା ଜିରା ଖାଆନ୍ତୁ। ତେବେ କବଜ ଭଳି ସମସ୍ୟା ଥିଲେ କଳା ଜିରା ଆପଣଙ୍କୁ ଏଥିରୁ ଆରାମ ଦେବ। ଆପଣ ରୋଷେଇରେ କଳା ଜିରା ବ୍ୟବହାର କରନ୍ତୁ। ଏହା ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିବା ସହ ଖାଦ୍ୟକୁ ହଜମ ମଧ୍ୟ କରାଇବ। ଯଦି ଆପଣଙ୍କ ଦେହର କୌଣସି ସ୍ଥାନରେ ଘା କିମ୍ବା ଖଣ୍ଡିଆ ହୋଇଛି ତାହାଲେ ଆପଣ କଳା ଜିରାର ପାଉଡର୍‌ର ଲେପ ଳଗାନ୍ତୁ। ଏହା ଶରୀରରେ ସଂକ୍ରମଣ ହେବାକୁ ଦେବ ନାହିଁ। ଏହା ମଧ୍ୟ ଖଣ୍ଡିଆକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିବ। ଏଥିରେ ଥିବା ଆଣ୍ଡି ବ୍ୟାକ୍ଟେରିଆ ଗୁଣ ଯୋଗୁ ଏହା ସଂକ୍ରମଣ ହେବାକୁ ଦିଏ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking