29.1 C
Bhubaneswar
Friday, May 10, 2024
Homeବିଜିନେସ୍ଭାରତର ସବୁ କର୍ମଚାରୀଙ୍କୁ ଚାକିରୀରୁ ବାହାର କଲା ‘ଟିକଟକ୍‌’

ଭାରତର ସବୁ କର୍ମଚାରୀଙ୍କୁ ଚାକିରୀରୁ ବାହାର କଲା ‘ଟିକଟକ୍‌’

ନୂଆଦିଲ୍ଲୀ : ସବୁଠାରୁ ବଡ ସର୍ଟ ଭିଡିଓ ଆପ୍ ଟିକଟକ୍ ଭାରତର ସବୁ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛି । ଚୀନ୍ କମ୍ପାନୀ ‘ବାଇଟ ଡ୍ୟାନ୍ସ’ ର ମାଲିକାନାରେ ଥିବା ଭିଡିଓ ସେୟାରିଂ ଆପ୍ ଭାରତରେ ଏବେ ବନ୍ଦ ହୋଇଯାଇଛି । ୨୦୨୦ ରେ ଚୀନ୍ ସହିତ ଗଲୱାନ ଘାଟିରେ ସଂଘର୍ଷ ପରେ ସରକାର ଏହାକୁ ବ୍ୟାନ୍ କରିଦେଇଛନ୍ତି । ଏହି ସଂଘର୍ଷରେ ୨୦ ଭାରତୀୟ ସୈନିକ ଶହୀଦ ହୋଇଥିଲେ । ଜାତୀୟ ସୁରକ୍ଷା ଚିନ୍ତାକୁ ନେଇ ଜୁନ୍ ୨୦୨୦ ରେ ଭାରତରେ ବ୍ୟାନ୍ ହୋଇଥିବା ‘ବାଇଟଡ୍ୟାନ୍‌’ ନିଜର କର୍ମଚାରୀଙ୍କୁ କହିଥିଲା ତାଙ୍କୁ ୯ ମାସର ନୋଟିସ ପିରିୟଡ ଭାବରେ ଟଙ୍କା ଦିଆଯିବ । ସେଭଳି ୪୦ ଜଣଙ୍କୁ ପିଙ୍କ ସ୍ଲିପ୍ ଦିଆଯାଇଛି ।

ସୂଚନା ଅନୁସାରେ, କର୍ମଚାରୀଙ୍କୁ ଚଳିତ ସପ୍ତାହ ଆରମ୍ଭରୁ ଏକ କଲ ଜରିଆରେ ଛଟେଇ ସମ୍ପର୍କରେ ସୂଚନା ଦିଆଯାଇଥିଲା । ପରେ ତାଙ୍କୁ ନୋଟିସ୍ ଦିଆଯାଇଥିଲା । କମ୍ପାନୀ କହିଛି ସେ କର୍ମଚାରୀଙ୍କୁ ୯ ମାସର ଦରମା ଦେବ । ଇଟି ରିପୋର୍ଟ ଅନୁସାରେ, ଟିକ୍ ଟକ୍ ଇଣ୍ଡିଆର କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା ୨୮ ଫେବୃଆରୀ ତାଙ୍କର କାମର ଶେଷ ଦିନ । ଉଲ୍ଲେଖନୀୟ ଯେ, ଚୀନ୍ ଆପ୍ ଭାରତରେ ବ୍ୟାନ୍ ହେବାପରେ ଭାରତର ଅଧିକାଂଶ କର୍ମଚାରୀ ଦୁବାଇ ଓ ବ୍ରାଜିଲ ମାର୍କେଟରେ କାମ କରୁଥିଲେ । ଇଣ୍ଡିଆରେ ଟିକଟକ୍ ବ୍ୟାନ୍ ହେବା ପର୍ଯ୍ୟନ୍ତ ୨୦୦ ମିଲିୟନରୁ ଅଧିକ ୟୁଜର୍ସ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking