28.1 C
Bhubaneswar
Tuesday, May 21, 2024
Homeଓଡିଶାଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଙ୍ଘର ସାଧାରଣ ପରିଷଦ ବୈଠକ

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଙ୍ଘର ସାଧାରଣ ପରିଷଦ ବୈଠକ

ଓଡିଶା ପ୍ରଶାସନିକ ସେବା ହେଉଛି ରାଜ୍ୟ ପ୍ରଶାସନର ମୂଳଦୁଆ
ଭୁବନେଶ୍ୱର: ଓଡିଶା ପ୍ରଶାସନିକ ସେବା ହେଉଛି ରାଜ୍ୟ ପ୍ରଶାସନର ମୂଳଦୁଆ। ବ୍ଲକ ଓ ତହସିଲ ଠାରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତରର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓଏଏସ ଅଧିକାରୀମାନେ ରାଜ୍ୟ ସରକାରଙ୍କ ନୀତିଗତ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଅବଦାନ ରଖିଛନ୍ତି। ତୃଣମୂଳ ସ୍ତରରେ ଉତ୍ତମ ଶାସନ ଓ ରାଜ୍ୟର 5-ଟି ପଦକ୍ଷେପକୁ ଦକ୍ଷତାର ସହ ସମ୍ପାଦନ କରିବାରେ ବି ଏହି ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ ଯେଉଁ ଶ୍ରେଷ୍ଠତା ହାସଲ କରିଛନ୍ତି ଏହାକୁ ବଲବତ୍ତର ରଖିବା ପାଇଁ ଓଏଏସମାନେ ନିଷ୍ଠାର କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି|

ଶୁକ୍ରବାର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଙ୍ଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ସବୁକିଛିରେ ଶ୍ରେଷ୍ଠ ହେବାକୁ ଇଚ୍ଛା କରେ ଓ ଯୋଗ୍ୟ ବି | ମହାମାରୀ କୋଭିଡ ସମୟରେ ଦେଶକୁ ସାହାଯ୍ୟ କରି ଓଡ଼ିଶା ଉଦାହରଣ ସୃଷ୍ଟି କରିଛି I କ୍ରମାଗତ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରି କେବଳ ରାଜ୍ୟର ନୁହେଁ, ଦେଶରେ ସୁନାମ ଅର୍ଜିଛି | ‘5 ଟି’ ଏବଂ ‘ମୋ ସରକାର’ର ଯୁଗ୍ମ ପଦକ୍ଷେପ ଶାସନ ପ୍ରଣାଳୀରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଛି |

ତୃଣମୂଳ ସ୍ତରରେ ନାଗରିକ କେନ୍ଦ୍ରିକ ସେବାଗୁଡିକର ପ୍ରଦାନ କରିବାରେ ଆମ କାର୍ଯ୍ୟ ପ୍ରତି ଫଳିତ ହୋଇଛି। ସାଧାରଣ ନାଗରିକଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ମନୋଭାବ ପରିବର୍ତ୍ତନ ଆସିଛି। ଉପସ୍ଥିତ ଓଏଏସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର କିଛି ଫ୍ଲାଗସିପ୍ ପ୍ରୋଗ୍ରାମ ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ, ସ୍କୁଲ ରୂପାନ୍ତର, ଏଫଆଇଏଚ ପୁରୁଷ ବିଶ୍ୱକପ୍, ମେକ୍ ଇନ୍ ଓଡିଶା କନକ୍ଲେଭ ଭଳି ମେଗା ଇଭେଣ୍ଟରେ ଆପଣଙ୍କର ଯୋଗଦାନ ମଧ୍ୟ ପ୍ରଶଂସନୀୟ | ଆଗାମୀ ଦିନରେ ଏହି ଧରା ଜାରି ରଖିବାକୁ ହେବ| ମୁଁ ଆଶା କରୁଛି, ଓଡିଶା ପ୍ରଶାସନିକ ସେବାର ଅଧିକାରୀମାନେ ଆମର ସମସ୍ତ ପ୍ରୟାସରେ ସାମିଲ ହୋଇ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବେ ଏବଂ ଆମର ପଦକ୍ଷେପଗୁଡ଼ିକର ମୂଳଦୁଆ ହେବେ। କାରଣ ‘ମୋ ସରକାର’ ଭାରତର ବିକାଶଶୀଳ ରାଜ୍ୟ ହୋଇଥିବାରୁ ରୂପାନ୍ତରର ଧାରା ଅବ୍ୟାହତ ରହିବ ବୋଲି ସେ କହିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking