29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗହଳଦୀ ଗାଁ’ରେ ବାଘ ଆତଙ୍କ: ସନ୍ଧ୍ୟା ପୂର୍ବରୁ ତାଟି କବାଟ ବନ୍ଦ!

ହଳଦୀ ଗାଁ’ରେ ବାଘ ଆତଙ୍କ: ସନ୍ଧ୍ୟା ପୂର୍ବରୁ ତାଟି କବାଟ ବନ୍ଦ!

ନୂଆପଡ଼ା : ଗାଁରେ ବୁଲୁଛି ବାଘ । ରାତିରେ ରଡ଼ି ଛାଡୁଥିବାରୁ ସ୍ଥାନୀୟ ଲୋକେ ଭୟରେ ସନ୍ଧ୍ୟା ପୂର୍ବରୁ ଘରର ତାଟି କବାଟ ବନ୍ଦ କରିଦେଉଥିବା ଦେଖିବାକୁ ମିଳିଛି । ଗତ ୨୦୧୭ ମସିହାର ହୃଦୟ ବିଦାରକ ଘଟଣା ଯେମିତି ପୁନାରୁବୃତ୍ତି ନହେଉ ସେଥିପାଇଁ ଗାଁ ଲୋକଙ୍କ ନିଷ୍ପତ୍ତିକ୍ରମେ ସନ୍ଧ୍ୟା ପୂର୍ବରୁ  ସ୍ଥାନୀୟ ଗାଁ ଲୋକେ ସେମାନଙ୍କର ଘର ତାଟି କବାଟକୁ  ବନ୍ଦ କରି ଦେଉଛନ୍ତି । ଲୋକଙ୍କ ମଧ୍ୟରେ ଯେତେ ଘଟଣା ହେଉ କି ସମସ୍ୟା ହେଉ, ଘର କବାଟ ଖୋଲୁନାହିଁ । କେହି କାହା ଘରକୁ ସନ୍ଧ୍ୟା ସମୟରେ ଯିବା ଆସିବା କରିବା ବନ୍ଦ ହୋଇଯାଇଛି । ଅପରପକ୍ଷେ ବନବିଭାଗ ପକ୍ଷରୁ ସତର୍କତାର ସହ ରହିବା ପାଇଁ ସନ୍ଧ୍ୟା ପୂର୍ବରୁ ଘର କବାଟ ବନ୍ଦ କରିବା ପାଇଁ ମାଇକ ଯୋଗେ ସତର୍କବାଣୀ ଘୋଷଣା କରାଯାଇଛି । ଗାଁ ଲୋକଙ୍କୁ ଜଙ୍ଗଲ ଯିବାପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇ ଥିବାବେଳେ ପ୍ରାତଃରୁ ଉଠିବାପାଇଁ ମଧ୍ୟ ବାରଣ କରାଯାଇଛି । ଫଳରେ ଗାଁରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଭୟର ସଞ୍ଚାର ଖେଳିଯାଇଛି । ଏମିତି ଘଟଣା ଘଟିଯାଇଛି ନୂଆପଡ଼ା ଜିଲ୍ଲା ସଦର ନୂଆପଡ଼ା ବ୍ଲକର ହଳଦୀ ଗ୍ରାମରେ । ଦୁଇ ୱାର୍ଡ ବିଶିଷ୍ଟ ଏହି ଗ୍ରାମ । ଏହି ଗ୍ରାମକୁ ଲାଗି ହଳଦୀ ଜଙ୍ଗଲ ୧୧୨.୯ ହେକ୍ଟର ଏରିଆ ବିଶିଷ୍ଟ ରହିଛି । ଏହି ଜଙ୍ଗଲରେ ଅନେକ ଜୀବଜନ୍ତୁ ବସବାସ କରୁଥିବା ଖଡ଼ିଆର ରୋଡ ବନବିଭାଗ ଅଧିକାରୀ କହିଛନ୍ତି । ଦିନ ଦ୍ୱିପହରରେ ଗାଁରେ ଭାଲୁ ବିତରଣ କରୁଛି । ସକାଳ ଓ ସନ୍ଧ୍ୟା ସମୟରେ କଳରାପତରିଆ ବାଘ ବୁଲୁଥିବା ଗାଁ ଲୋକେ ଦିନେ ଛଡ଼ା ଦିନେ ଦେଖିବାକୁ ପାଉଛନ୍ତି । ସେହି ହଳଦୀ ଜଙ୍ଗଲ ପୂର୍ବରୁ ତାହା ହଳଦୀ ପଥର ଭାବେ ପରିଚିତଥିଲା । ତାହା ସମାୟାନୁକ୍ରମେ ଜଙ୍ଗଲ ବୃଦ୍ଧି ହୋଇଥିବା ଖଡ଼ିଆରରୋଡ ବନ ବିଭାଗ ଫରେଷ୍ଟର ଡମ୍ବୁରଧର ସାହୁ କହନ୍ତି । ଗାଁ ଅତି ପାଖରୁ ଲାଗିରହିଥିବା ଜଙ୍ଗଲ ଯୋଗୁ ସେହି ଗାଁ ଲୋକେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି କାଠ ଓ ପତ୍ର ସଂଗ୍ରହ କରିବା ପାଇଁ । ଜଙ୍ଗଲ ଉପରେ ଏକ ସୁଉଚ୍ଚ ପାହାଡ଼ ରହିଛି, ତାହାରି ଉପରେ ପୂର୍ବରୁ ଶାରଦା ଦେବୀଙ୍କ ମନ୍ଦିର ନିର୍ମିତ ହୋଇଛି । ସେଠାରେ ବୈଶାଖ ମାସରେ ମେଳା ଜମିଥାଏ । ଅତି ପାଖରୁ ଲାଗିଥିବା ହଳଦୀ ଗାଁର ଜଙ୍ଗଲର ସୁଯୋଗ ହରେଇନାହିଁ ସେଠି ରହୁଥିବା କଳରାପତରିଆ ବାଘ ।  ପ୍ରକାଶ ଯେ, ୨୦୧୭ ମସିହାରେ ବଲୁ ପାଣ୍ଡେଙ୍କ ପରିବାର ଘର ଅଗଣାରେ ଶୋଇଥିବା ବେଳେ ଚାରିବର୍ଷର ପୁଅକୁ ମା\’କୋଳରୁ ଝାମ୍ପି ନେଇଥିଲା ଏହି କଲରାପତରିଆ ବାଘ । ଏହାପରେ ବରାତୁ ପାଣ୍ଡେଙ୍କ ସ୍ତ୍ରୀ ଓ ନାତୁଣୀ ରାତିରେ ଶୋଇଥିବା ବେଳେ ଘରକୁ ପସି ସେହି ବାଘ ଦୁଇଜଣଙ୍କ ଗୋଡ଼କୁ ଘୋଷାରି ଘୋଷାରି ଟାଣି ନେଉଥିବା ବେଳେ ଚିତ୍କାର କରିବା ପରେ ଗାଁ ଲୋକେ ଠେଙ୍ଗା ବାଡ଼ି ଓ ନିଆଁ ସହାୟତାରେ ଘଉଡ଼ାଇଥିଲେ । ସେହିଦିନ ଠାରୁ ଗାଁରେ ବାଘ ଆତଙ୍କ ଖେଳିଯାଇଛି । ବାଘ ନା ଶୁଣିଲେ ଗାଁ ଲୋକେ ଥର ହର ହୋଇଯାଆନ୍ତି । ଏହି ବାଘ ଖବର ଜାଣି ଖଡ଼ିଆରରୋଡ ବନବିଭାଗ ଅଧିକାରୀ ଜନ୍ତା ପକାଇ ଦୁଇଟି ବାଘକୁ ଧରିବାରେ ସକ୍ଷମ ହୋଇଥିଲେ । ସେହି ଦୁଇ ବାଘକୁ ଭୁବନେଶ୍ୱର ସ୍ଥିତ ନନ୍ଦନକାନନକୁ ପଠାଯାଇଥିଲା । ସେହି ମାସ ଠାରୁ ଦୀର୍ଘ ଚାରିବର୍ଷର ବ୍ୟବଧାନ ପରେ ବର୍ତ୍ତମାନ ପୁଣି ଏହି ଜଙ୍ଗଲରେ ବାଘ ବୁଲୁଥିବା ଗାଁ ଲୋକେ ଦେଖିଛନ୍ତି । ଦିବା ସମୟରେ ବାଘ ବୁଲୁଛି, ଗଛ ଉପରେ ଚଢ଼ି ଓଲ୍ଲାଉଥିବାର ଦୃଶ୍ୟ ଗାଁର ଯୁବକମାନେ ଦେଖିଛନ୍ତି । ଯେତେ ପାଟିତୁଣ୍ଡ କଲେ ମଧ୍ୟ ବାଘ ସ୍ଥାନ ଛାଡ଼ି ପଲାୟନ କରୁନାହିଁ । ଗାଁରେ ପାଟ୍ରୋଲିଂ କରାଯିବା ସାଙ୍ଗକୁ ମାଇକ ଯୋଗେ ସତର୍କମୂଳକ ସୂଚନା ଦିଆଯାଇଥିବା ଖରିଆରୋଡ ବନବିଭାଗ ଫରେଷ୍ଟର କହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking