27.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଜଳବନ୍ଦୀ ଅଞ୍ଚଳର ଅସରନ୍ତି ଦୁଃଖ, ଦୂଷିତପାଣିରେ ଶୋଷ ମେଣ୍ଟାଉଛି ତଳଟେମରା ଗାଁ

ଜଳବନ୍ଦୀ ଅଞ୍ଚଳର ଅସରନ୍ତି ଦୁଃଖ, ଦୂଷିତପାଣିରେ ଶୋଷ ମେଣ୍ଟାଉଛି ତଳଟେମରା ଗାଁ

ଭବାନୀପାଟଣା : ପାନୀୟଜଳ ଯୋଗାଣ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସରକାର କହୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଥୁଆମୁଳ ରାମପୁର ବ୍ଲକ୍‌ର ତଳଟେମରା ଗାଁ’ର ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଏମିତି କି ପିଇବାକୁ ପାଣି ନ ପାଇ ପାଖରେ ଯାଇଥିବା ନାଳ ଓ ଏକ ପରିତ୍ୟକ୍ତ କୂଅରୁ ପାଣି ଆଣି ପିଇବାକୁ ପଡୁଛି ।
 କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ୱାରା ଜଳବନ୍ଦୀ ଅଞ୍ଚଳ ପୋଡ଼ାପଦର ଗ୍ରାମ ପଞ୍ଚାୟତରେ ଭରି ରହିଛି ଅନେକ ସମସ୍ୟା । ବିକାଶଠୁ ବହୁ ଦୂରରେ ଏହି ଜଳବନ୍ଦୀ ଅଞ୍ଚଳ । ଏହି ପଞ୍ଚାୟତର ତଳଟେମରା ଗାଁରେ ରହିଛି ପାନୀୟଜଳର ଦୟନୀୟ ଚିତ୍ର ।  ପ୍ରାୟ ୪୦ ପରିବାର ବସବାସ କରୁଥିବା ଏହି ଗାଁ କୁ ପଡିପାରୁନି କାହାର ଦୟାଦୃଷ୍ଟି । ଚାଷଜମିର ଦୂଷିତ ଝରପାଣି ହିଁ ଏମାନଙ୍କ ଭରସା ଓ ଏଥିରେ ନିର୍ଭର ହେବାକୁ ବାଧ୍ୟ ହୋଇଥା’ନ୍ତି ତଳଟେମରା ବାସୀ । ପ୍ରଶାସନ ଠାରୁ ଆରମ୍ଭ କରି ରାଜନୈତିକ ଜନପ୍ରତିନିଧି ମାନେ ଏସବୁ ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ ସମାଧାନ ହୋଇ ପାରୁନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ତଳଟେମରାବାସୀ ।
ଲୋକେ ସକାଳୁ ଉଠିଲେ ଏଠି ପାଣିର ଚିନ୍ତା ହିଁ କରିବାକୁ ପଡ଼େ । ତେବେ ଗାଁରେ ପାନୀୟଜଳ ର ସମସ୍ୟା ବହୁତ ରହିଛି ଫଳରେ ପାଖରେ ଥିବା ଏକ ପରିତ୍ୟକ୍ତ କୁଅର ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି ଆଉ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଯୋଜନା କହିଲେ କିଛି ବୁଝିବା ପୂର୍ବରୁ ମୁକ ସଦୃଶ ଏଠିକାର ମଣିଷ । ଗାଁରେ ନାହିଁ ପାନୀୟଜଳର ବ୍ୟବସ୍ଥା । ଫଳରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଏଠିକାର ଲୋକେ । ଏଭଳି ଏକ ବାସ୍ତବିକ ଚିତ୍ରର ଉଦାହରଣ ହେଉଛି ତଳଟେମରା ଗାଁ । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ହାତପାହାନ୍ତାରେ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । ହେଲେ ଏମାନଙ୍କ ପରିସ୍ଥିତିକୁ ଦେଖିଲେ ଏହି ସବୁ ଅନୁଦାନ ଓ ଯୋଜନା କେତେ ପହଞ୍ôଚଛି ସହଜେ ଅନୁମେୟ । ତୁରନ୍ତ  ଏହି ଅପହଞ୍ଚ ଇଲାକାରେ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking