31.1 C
Bhubaneswar
Wednesday, May 29, 2024
Homeବ୍ରେକୀଙ୍ଗଘରେ ପ୍ରସବ କଲେ ମହିଳା, ବାଟରେ ଅଟକିଲା ଆମ୍ବୁଲାନ୍ସ

ଘରେ ପ୍ରସବ କଲେ ମହିଳା, ବାଟରେ ଅଟକିଲା ଆମ୍ବୁଲାନ୍ସ

ଦେବଗଡ଼ : ଗମନାଗମନର ସୁବିଧା ସହ ସ୍ୱାସ୍ଥ୍ୟସେବାକୁ ଜନସାଧାରଣଙ୍କ ହାତ ପାହାନ୍ତାରେ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିଲେ ମଧ୍ୟ ବାସ୍ତବିକ ଚିତ୍ର କିନ୍ତୁ ଭିନ୍ନ ଦେଖିବାକୁ ମିଳିଛି । ରାସ୍ତା ସୁବିଧା ନଥିବାରୁ ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ମାଘୁମୁଣ୍ଡା ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଜଣେ ଆଦିବାସୀ ଗର୍ଭବତୀ ମହିଳା ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଘରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣାପଡ଼ିଛି ।
ମାଘୁମୁଣ୍ଡା ଗ୍ରାମର ଚାରୁ ମୁଣ୍ଡାଙ୍କ ସ୍ତ୍ରୀ ବାହାଲ ହେମ୍ବ୍ରମ (୨୬)ଙ୍କ ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ଆଶା ଦିଦି ତପସ୍ୱୀନି ସେଠୀଙ୍କ ସହାୟାତରେ ୧୦୮ ଆମ୍ବୁଲାନ୍ସର ସହାୟତା ଲୋଡ଼ିଥିଲେ । ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ଉକ୍ତ ଗ୍ରାମ ନିକଟକୁ ପହଞ୍ଚି ଥିଲେ ମଧ୍ୟ ଉକ୍ତ ଗ୍ରାମରେ ଟେଲି ଯୋଗାଯୋଗ ସୁବିଧାନଥିବା ଏବଂ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ରାସ୍ତାର ସୁବିଧାନଥିବାରୁ ଆମ୍ବୁଲାନ୍ସରେ ଥିବା କର୍ମଚାରୀମାନେ ଅଢ଼େଇ କି.ମି ରାସ୍ତା ଚାଲି ଚାଲି ସେଠାରେ ପହଞ୍ଚିଥିଲେ । ମାତ୍ର ସେତେବେଳେ ଗର୍ଭବତୀ ବାହାଲ ଏକ ଶିଶୁପୁତ୍ରକୁ ପ୍ରସବ କରି ସାରିଥିଲେ । ଆମ୍ବୁଲାନ୍ସ ଥିବା କର୍ମଚାରୀମାନେ ଜରୁରୀକାଳୀନ ସ୍ୱାସ୍ଥ୍ୟ କର୍ମୀ ସତ୍ୟାନନ୍ଦ ସାହୁ, ଆମ୍ବୁଲାନ୍ସ ଚାଳକ ସୁରେଶ ସାମଲ ଓ ସହାୟକ ଦେବେନ୍ଦ୍ର ପ୍ରଧାନ ନବଜାତ ଶିଶୁ ସହ ବାହାଲ ହେମ୍ବ୍ରମଙ୍କୁ ଷ୍ଟେଚେର ଯୋଗେ ଅଢ଼େଇ କି.ମି ରାସ୍ତା ଛୋଟ ନାଳ ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସକାଳ ସମୟରେ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ । ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଆସୁଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା ଯୋଗୁଁ ଗର୍ଭବତୀ ମହିଳା ହେଉ କି ନବଜାତ ଶିଶୁ କିମ୍ବା ଗୁରୁତର ରୋଗୀ ଜୀବନ ମରଣ ସଂଘର୍ଷ ପରେ  ସ୍ୱାସ୍ଥ୍ୟସେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚି ପାରୁନାହାନ୍ତି । ପ୍ରଶାସନିକ ଅବହେଳା ଯୋଗୁଁ  ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ରାସ୍ତା ନିର୍ମାଣ ହୋଇପାରୁନଥିବାରୁ ବିଭିନ୍ନ ମହଲରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କରାଯାଉଥିବା ବେଳେ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking