39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗସମ୍ ଅଲ୍ଟିମେଟ ମେଡିକେୟାରରେ କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ ପକ୍ଷରୁ ଭର୍ଚୁଆଲ୍ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ ...

ସମ୍ ଅଲ୍ଟିମେଟ ମେଡିକେୟାରରେ କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ ପକ୍ଷରୁ ଭର୍ଚୁଆଲ୍ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ ଉଦ୍‌ଘାଟିତ

ଭୁବନେଶ୍ୱର, ୨/୨ : ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଦେଶ ଏବଂ ବିଦେଶରେ କ୍ରିଟିକାଲ୍ କେୟାର ବିଭାଗ ଅଧିନରେ ରୋଗୀଙ୍କ ସେବା କରୁଥିବା ନର୍ସମାନଙ୍କ ନିମନ୍ତେ ଏକ ସବିଶେଷ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ୍ ଉଦ୍‌ଘାଟିତ ହୋଇଯାଇଛି । କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ ଆନୁକୂଲ୍ୟରେ ଓ ଇଣ୍ଡିଆନ୍ ସୋସାଇଟି ଫର କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌) ର ପୂର୍ବତନ ସଭାପତି ଡାକ୍ତର ନରେନ୍ଦ୍ର ରୁଙ୍ଗ୍‌ଟାଙ୍କ ଅଧ୍ୟକ୍ଷତାରେ ଭାରତ, ଏହାର ପଡୋଶୀ ଦେଶ ଏବଂ କିଛି ଅନ୍ୟ ବାହାର ଦେଶର ନର୍ସମାନଙ୍କ ନିମନ୍ତେ ଆମ ଦେଶରେ ପ୍ରଥମ ଥର ପାଇଁ ଏହି ନର୍ସିଂ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଭର୍ଚୁଆଲ କାର୍ଯ୍ୟକ୍ରମକୁ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ଉଦ୍‌ଘାଟନ କରିଥିବା ବେଳେ ହସ୍ପିଟାଲ୍‌ର ମେଡିକାଲ୍ ସର୍ଭିସେସ୍‌ର ମୁଖ୍ୟ ଡାକ୍ତର (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ଡାକ୍ତର ଆନନ୍ଦ ମିଶ୍ର ଓ ଚିଫ୍ ଅଫ୍ ନର୍ସିଂ ସର୍ଭିସେସ୍ ଶ୍ରୀମତି ଆୟେଶା.ଏନ୍ ପ୍ରମୁଖ ଉପସ୍ଥିତ ଥିଲେ । ଦେଶ ଏବଂ ବିଦେଶରୁ ୧୦୦ ରୁ ଊର୍ଦ୍ଧ୍ୱ ନର୍ସ ଏବଂ ୩୦ ଜଣ ଜାତୀୟ ଓ ଆନ୍ତର୍ଜାତୀକ ଶିକ୍ଷକ (ଫାକଲ୍ଟି) ଉପସ୍ଥିତ ଥିଲେ । ୩ ସପ୍ତାହ ଧରି ଚାଲିବାକୁ ଥିବା ଏହି ପର୍ଯ୍ୟାୟ କାର୍ଯ୍ୟକ୍ରମରେ କ୍ରିଟିକାଲ୍‌ କେୟାର ମେଡିସିନ୍ ସମ୍ପର୍କିତ ୨୫ଟି ନର୍ସିଂ ଲେକ୍‌ଚର ପ୍ରଦାନ ହୋଇଅଛି । ଛାତ୍ରଛାତ୍ରୀ ଏବଂ ଫାକଲ୍ଟିମାନଙ୍କ ମଧ୍ୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନାର ବ୍ୟବସ୍ଥା କରାଯାଇଅଛି । ବର୍ଷ ତମାମ୍ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା କ୍ରିଟିକାଲ୍‌ କେୟାର ବିଭାଗ ଅଧିନରେ କାର୍ଯ୍ୟରତ ଥିବା ନର୍ସମାନଙ୍କୁ ଅଧିକ କୁଶଳୀ କରିବା ଏହାର ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking