37.1 C
Bhubaneswar
Sunday, May 5, 2024
Homeଓଡିଶାମାର୍ଚ୍ଚ ୫ ପୂର୍ବରୁ ସରିବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ

ମାର୍ଚ୍ଚ ୫ ପୂର୍ବରୁ ସରିବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଏଭଳି ଆଭାସ ଆସୁଛି । ସରକାରୀ ପ୍ରସ୍ତୁତ ଅନୁଯାୟୀ ଆଗାମୀ ୮ ତାରିଖରେ ୱାର୍ଡମେମ୍ବର,ସରପଞ୍ଚ,ପଞ୍ଚାୟତ ସମିତି ସଦସ୍ୟ ଓ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ ।୨୬ରେ ଜାରି ହେବ ଚୂଡାନ୍ତ ତାଲିକା ।

ଜିଲ୍ଲା ପରିଷଦ ପଦବୀ ପାଇଁ ମଧ୍ୟ ୮ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ,୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ୧୬ରେ ଚିଠା ଏବଂ ୨୬ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏଥିପାଇଁ ତ୍ୱରିତ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ପଂଚାୟତିରାଜ ବିଭାଗ । ଆଗାମୀ ୨୦୨୨ ମାର୍ଚ୍ଚ ୫ ତାରିଖରେ ପଂଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking