29.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ଆଉ ୩ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୧୨୫

ରାଜ୍ୟରେ ଆଉ ୩ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୧୨୫

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣ ଲୋକ ବାଲେଶ୍ୱେର ଜିଲ୍ଲାର ବୋଲି ସରକାରୀ ଭାବରେ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଂଚିଛି ଏବଂ ବାଲେଶ୍ୱର ଜିଲ୍ଲାରେ ସଂଖ୍ୟା ୧୯ରେ ପହଂଚିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଓ ୩ ଜଣ ଯାକ ପୁରୁଷ ବୋଲି ସୂଚନା ଦିଆଯାଇଛି । ଏମାନଙ୍କ ବୟସ ୪୪, ୬୧ ଓ ୬୩ । ରାଜ୍ୟରେ କ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାପୂର୍ବରୁ ରାଜ୍ୟରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସକାଳେ ଭୁବନେଶ୍ୱରର ମଧୁସୁଦନ ନଗରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦୁଝର, ଝାରସୁଗୁଡା ଓ ଦେବଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୭ ଜଣ ଆକ୍ରାନ୍ତଙ୍କ ସୂଚନା ଆସିଲାଣି । ମଧୁସୁଦନ ନଗରକୁ ଛାଡିଦେଲେ ଆଉ ଅନ୍ୟ ୬ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରିି କହୁଛି ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ପଶ୍ଚିମବଙ୍ଗ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ଯେଉଁଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜାରି କରି ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି । ଲକ ଡାଉନ ଖୋଲିବା ପରେ ରାଜ୍ୟ ବାହାରେ ଥିବା ଲୋକମାନେ ଫେରିବାର ଥିବାରୁ ଏବଂ ଅଧିକ ସଂକ୍ରମିତ ଅଂଚଳ ମହାରାଷ୍ଟ୍ର ଗୁଜୁରାଟ, ଦିଲ୍ଲୀ ଓ ତାମିଲନାଡୁୁ ଓ ପଶ୍ଚିମବଙ୍ଗରୁ ଲୋକେ ଆସିବାର ଥିବାରୁ ଆହୁରି ସଂଖ୍ୟଆ ବଢିବ ବୋଲି ଆଶଙ୍କା କରାଯାଉଛି ।
https://onakhabar.com/2020/04/29/3-more-corona-positive-in-odisha-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking