33.1 C
Bhubaneswar
Thursday, April 25, 2024
Homeଅପରାଧଅନ୍ଧବିଶ୍ୱାସରେ ଝଡ଼ାଫୁଙ୍କା, ୮ ବର୍ଷର ଝିଅର ମୃତ୍ୟୁ

ଅନ୍ଧବିଶ୍ୱାସରେ ଝଡ଼ାଫୁଙ୍କା, ୮ ବର୍ଷର ଝିଅର ମୃତ୍ୟୁ

ଫୁଲବାଣୀ : ଜଣେ ୮ବର୍ଷର ଝିଅକୁ କୁକୁର କାମୁଡ଼ିବା ଦିନଠାରୁ ୧ମାସ ଧରି ଡାକ୍ତରଖାନାକୁ ନେବା ବଦଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡା଼ଫୁଙ୍କା କରିବା ଯୋଗୁଁ ସେହି ଝିଅଟିର ଜୀବନ ଚାଲିଯାଇଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କଞ୍ଜୁମାହା ଗ୍ରାମରେ । ମୃତକ ଜଣକ ହେଲେ କଞ୍ଜୁମାହା ଗ୍ରାମର ଲେବୀୟ ପ୍ରଧାନଙ୍କ ଝିଅ ସିନ୍ତଜିନୀ ପ୍ରଧାନ (୮) ।
ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୨୮ ତାରିଖରେ ଗ୍ରାମରେ ସିନ୍ତଜିନୀକୁ ଏକ କୁକୁର କାମୁଡ଼ି ଦେଇଥିଲା । ତେବେ ସେହି ସମୟରେ କରୋନା ପାଇଁ ଲକ୍ ଡାଉନ ଜାରି ହୋଇ ଘରୁ ବାହାରକୁ ନବାହାରିବା ପାଇଁ ପୁଲିସ ପ୍ରଶାସନ ତରଫରୁ କଡ଼ା ନିର୍ଦ୍ଦେଶ ରହିଥିଲା । ଯାହାଫଳରେ ସିନ୍ତଜିନୀଙ୍କ ପରିବାର ଲୋକ ଭୟରେ ରହିଥିଲେ । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଗାଡ଼ି ମୋଟର ଚାଲୁନଥିବା ଯୋଗୁଁ ଡାକ୍ତରଖାନା ନେବା ପରିବର୍ତ୍ତେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝିଅକୁ ଝଡ଼ାଫୁଙ୍କା କରି ଘରେ ରଖିଥିଲେ । ତେବେ ଇତିମଧ୍ୟରେ ଝିଅକୁ କୁକୁର କାମୁଡ଼ିବାର ପ୍ରାୟ ୧ମାସ ହୋଇଥିବା ବେଳେ ଗତ ରବିବାର ରାତିରେ ଝିଅଟି ଘରେ ଛଟପଟ ହୋଇଥିଲା । ଫଳରେ ସୋମବାର ସକାଳେ ପରିବାର ଲୋକେ ଝିଅକୁ ବୁଡ଼ାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଝିଅଟି ଛଟପଟ ହୋଇ ତଳେ ଗଡ଼ିଯାଉଥିବା ବେଳେ ବାନ୍ତି ହେବାସହିତ ପାଟିରୁ ଲାଳ ବୋହିଯାଇ ଜୀବନମରଣ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସେଠାରେ ମଧ୍ୟ ଅବସ୍ଥା ଗୁରୁତର ରହିବାରୁ ଝିଅଟିକୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟକୁ ରେଫର କରାଯାଇଥିଲା । ତେବେ ମାସେ ଧରି ଡାକ୍ତରଖାନା ବଦଳରେ ଘରେ ରହି ରହି ନାବାଳିକାର ଅବସ୍ଥା ଅତି ଗୁରୁତର ରହିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାର ମୃତ୍ୟୁ ଘଟିଥିଲା । ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ଘଟଣାମାନ ଘଟୁଥିବା ନଜିର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking